ଓଡିଶା

odisha

ETV Bharat / sports

ଥାଇଲାଣ୍ଡ ଓପନ: ପ୍ରଥମ ରାଉଣ୍ଡରେ ସାଇନା ନେହୱାଲ ପରାଜିତ - ଥାଇଲାଣ୍ଡ ଓପନ ଖବର

ଥାଇଲାଣ୍ଡ ଓପନର ସୁପର 1000 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ପରାଜିତ ହୋଇଛନ୍ତି ସାଇନା ନେହୱାଲ। ଅଲିମ୍ପିକ ପଦକ ହାସଲ କରିବାକୁ ଆଶା ରଖିଥିବା ଏହି ବ୍ୟାଡମିଣ୍ଟନ ତାରକା ପ୍ରଥମ ରାଉଣ୍ଡରେ ପୂର୍ବତନ ବିଶ୍ବ ଚାମ୍ପିୟନ ରେଚାନୋକ ଇନ୍ତାନୋନ ଠାରୁ ପରାଜିତ ହୋଇଛନ୍ତି। ଅଧିକ ପଢ଼ନ୍ତୁ...

Saina Nehwal lost her first match, Sameer Verma Advances to second round in thailand open
ଥାଇଲାଣ୍ଡ ଓପନ: ପ୍ରଥମ ରାଉଣ୍ଡରେ ସାୟନା ନେହୱାଲ ପରାଜିତ

By

Published : Jan 20, 2021, 8:06 PM IST

ନୂଆଦିଲ୍ଲୀ:ଥାଇଲାଣ୍ଡ ଓପନର ସୁପର 1000 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ପରାଜିତ ହୋଇଛନ୍ତି ସାଇନା ନେହୱାଲ। ଅଲିମ୍ପିକ ପଦକ ହାସଲ କରିବାକୁ ଆଶା ରଖିଥିବା ଏହି ବ୍ୟାଡମିଣ୍ଟନ ତାରକା ପ୍ରଥମ ରାଉଣ୍ଡରେ ପୂର୍ବତନ ବିଶ୍ବ ଚାମ୍ପିୟନ ରେଚାନୋକ ଇନ୍ତାନୋନ ଠାରୁ ପରାଜିତ ହୋଇଛନ୍ତି। 30 ମିନିଟ ଧରି ଚାଲିଥିବା ଏହି ମ୍ୟାଚକୁ 21-17, 21-8 ସେଟରେ ଜିତି ନେଇଛନ୍ତି ଇନ୍ତାନୋନ।

ଥାଇଲାଣ୍ଡ ଓପନ: ପ୍ରଥମ ରାଉଣ୍ଡରେ ସାୟନା ନେହୱାଲ ପରାଜିତ

ସେପଟେ ପୁରଷ ବିଭାଗରେ ସମୀର ବର୍ମା ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି। ସେ ବିଶ୍ବର ଦଶ ନମ୍ବର ଖେଳାଳି ଲିଇ ଜିଇ ଜିୟାଙ୍କୁ 3ଟି ସେଟରେ ପରାସ୍ତ କରିଛନ୍ତି। ପ୍ରଥମ ରାଉଣ୍ଡରେ ମାଲେସିଆର ଲିଇ ଜିଇ ଜିୟାଙ୍କୁ 18-21, 27-25 ଓ 21-19 ସେଟରେ ହରାଇଛନ୍ତି। ଏହି ମାରାଥନ ବ୍ୟାଡମିଣ୍ଟନ ମ୍ୟାଚ ଏକ ଘଣ୍ଟା 15 ଧରି ଚାଲିଥିଲା।

ତେବେ ସମୀରଙ୍କ ଭାଇ ସୌରଭ ବର୍ମାଙ୍କୁ ପ୍ରଥମ ରାଉଣ୍ଡରେ ପରାଜୟ ବରଣ କରିବାକୁ ପଡ଼ିଛି। ସେ ଇଣ୍ଡୋନେସିଆର ଏନ୍ଥୋନୀ ଗିଟିଂଙ୍କଠାରୁ ଦୁଇଟି ସେଟ 21-16, 21-11 ପଏଣ୍ଟରେ ପରାଜୟ ବରଣ କରିଛନ୍ତି।

ଏହାପୂର୍ବରୁ ଡବଲ୍ସରେ ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରେ ଜବରଦସ୍ତ ବିଜୟ ହାସଲ କରିଛନ୍ତି। ଏକ ସପ୍ତାହ ପୂର୍ବରୁ ଏସିଆ ଚରଣର ପ୍ରଥମ ପ୍ରତିଯୋଗିତାରେ ପିଭି ସିନ୍ଧୁ ଡେନମାର୍କର ମିୟା ବ୍ଲିଜଫିଲ୍ଡଙ୍କୁ ପ୍ରଥମ ରାଉଣ୍ଡରେ ପରାସ୍ତ କରିଥିଲେ। ଏହାପର ଟୁର୍ଣ୍ଣାମେଣ୍ଟରେ ସେ ବିଶ୍ବର 12 ନମ୍ବର ବ୍ୟାଡମିଣ୍ଟନ ତାରକା ଥାଇଲାଣ୍ଡର ବୁସାନନ ଓଂଗବମରଂଗଫାନଙ୍କୁ 21-17, 21-13 ସେଟରେ ପରାସ୍ତ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details