ଓଡିଶା

odisha

ETV Bharat / sports

ପିଭି ସିନ୍ଧୁ BWFର 'ମୁଁ ବ୍ୟାଡମିଣ୍ଟନ' ବ୍ରାଣ୍ଡ ଆମ୍ବାସଡର

ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ହୋଇଛନ୍ତି ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ(BWF) 'ମୁଁ ବ୍ୟାଡମିଣ୍ଟନ' କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସଡର । ଏନେଇ ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ ପକ୍ଷରୁ ସିନ୍ଧୁଙ୍କ ନାମ ଘୋଷଣା କରାଯାଇଛି ।

By

Published : Apr 23, 2020, 10:20 AM IST

PV Sindhu named 'I am Badminton' campign ambassador by BWF
ପିଭି ସିନ୍ଧୁ BWFର 'ମୁଁ ବ୍ୟାଡମିଣ୍ଟନ' ବ୍ରାଣ୍ଡ ଆମ୍ବାସଡର

କ୍ବାଲାଲାମପୁର: ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ହୋଇଛନ୍ତି ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ(BWF) 'ମୁଁ ବ୍ୟାଡମିଣ୍ଟନ' କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସଡର । ଏନେଇ ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ ପକ୍ଷରୁ ସିନ୍ଧୁଙ୍କ ନାମ ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଖେଳାଳିଙ୍କ ବ୍ୟାଡମିଣ୍ଟନ ପ୍ରତି ଶ୍ରଦ୍ଧା, ସମ୍ମାନକୁ ବୟାନ କରାଯିବ । ସ୍ବଚ୍ଛ୍ବ ଓ ସଚ୍ଚୋଟତାକୁ ସର୍ବଦା ବଜାୟ ରଖିବାର ପ୍ରତିବଦ୍ଧତା ନେଇ ପରାମର୍ଶ ମିଳିବ ।

ପିଭି ସିନ୍ଧୁ BWFର 'ମୁଁ ବ୍ୟାଡମିଣ୍ଟନ' ବ୍ରାଣ୍ଡ ଆମ୍ବାସଡର

ସିନ୍ଧୁଙ୍କ ବ୍ୟତୀତ କାନାଡାର ମିଚେଲ ଲି, ଚାଇନାର ଝେଙ୍ଗ ସି ୱେଇ ଓ ହୁଆଙ୍ଗ ୟା କ୍ବିଓଙ୍ଗ, ଇଂଲଣ୍ଡର ଜାକ ସେଫର୍ଡ, ଜର୍ମାନୀର ଭାଲେସ୍କା ନୋବ୍ଳାଉଚ, ହଂକଂର ଚାନ ହୋ ୟୁଏନ ଓ ଜର୍ମାନୀର ମାର୍କ ଜ୍ବିବଲରଙ୍କ ନାମ ଆମ୍ବାସଡର ଭାବେ ଘୋଷଣା ହୋଇଛି ।

ପିଭି ସିନ୍ଧୁ BWFର 'ମୁଁ ବ୍ୟାଡମିଣ୍ଟନ' ବ୍ରାଣ୍ଡ ଆମ୍ବାସଡର

'ଜଣେ ଆମ୍ବାସଡର ଭାବେ ବ୍ୟାଡମିଣ୍ଟନର ଭବିଷ୍ୟତ ଓ ସୁରକ୍ଷା ନେଇ ପ୍ରମୁଖ ଭୁମିକା ନିଭାଇବା ଜରୁରୀ ।' ଏହା କହିଛନ୍ତି ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ ସଭାପତି ପଲ-ଏରିକ ହୟର ଲାରସେନ ।

ABOUT THE AUTHOR

...view details