ଜାକର୍ତ୍ତା: ବିଶ୍ବ ଚମ୍ପିଆନ ପିଭି ସିନ୍ଧୁ ଗୁରୁବାର ଦିନ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନର ପ୍ରି-କ୍ବାଟର ଫାଇନାଲ୍ରୁ ବିଦାୟ ନେଇଛନ୍ତି। ଜାପାନର ସୟାକା ତାକାହାସିଙ୍କ ଠାରୁ 21-16, 16-21, 19-21 ସେଟ୍ରେ ପରାଜୟର ସାମ୍ନା କରିବାକୁ ପଡିଛି।
ଇଣ୍ଡୋନେସିଆ ମାଷ୍ଟର୍ସରେ ସିନ୍ଧୁଙ୍କ ଯାତ୍ରା ଶେଷ
ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନର ପ୍ରି-କ୍ବାଟର ଫାଇନାଲ୍ରୁ ବିଦାୟ ନେଲେ ପିଭି ସିନ୍ଧୁ। ଜାପାନର ସୟାକା ଠାରୁ 21-16, 16-21, 19-21 ସେଟ୍ରେ ପରାଜୟ ହୋଇଛନ୍ତି ସିନ୍ଧୁ।
pv sindhu
ତାକାହାସି ପ୍ରଥମ ରାଉଣ୍ଡରେ ଭାରତର ସାୟନା ନେହଓ୍ବାଲଙ୍କୁ ମାତ୍ ଦେଇଛନ୍ତି। ସେ ବିଶ୍ବର ନଂ-6 ସିନ୍ଧୁଙ୍କୁ ଏକ ଘଣ୍ଟା 6ମିନିଟ୍ ଯାଏଁ ଚାଲିଥିବା ମୁକାବିଲାରେ ହରାଇ କ୍ବାଟର ଫାଇନାଲରେ ତାକାହାସି ପ୍ରବେଶ କରିଛନ୍ତି।
ଏହି ବିଜୟ ପରେ ତାକାହାସି-ସିନ୍ଧୁଙ୍କ ବିପକ୍ଷରେ ନିଜର କ୍ୟାରିଅରର 3-4 ରେକର୍ଡରେ ପହଞ୍ଚିଛନ୍ତି। ସିନ୍ଧୁ ବର୍ଷ ଆରମ୍ଭରେ ମାଲେସିଆ ମାଷ୍ଟର୍ସର କ୍ବାଟର ଫାଇନାଲରେ ପରାଜୟ ହୋଇ ଟୁର୍ଣ୍ଣାମେଣ୍ଟର ଯାତ୍ରା ଶେଷ କରିଥିଲେ।