ହାଇଦ୍ରାବାଦ: ବିଶ୍ବ ଚମ୍ପିଆନ ପିଭି ସିନ୍ଧୁଙ୍କ ଏକ ଟ୍ବିଟ('ଆଇ ରିଟାୟର') ସୋମବାର ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି । ପୋଷ୍ଟଟି ସୋସିଆଲ ମିଡିଆରେ କିଛି ସେକେଣ୍ଡ ମଧ୍ୟରେ ଭାଇରାଲ ହୋଇଥିଲା । ତେବେ ଏହି ହାଇଦ୍ରାବାଦୀ ଷ୍ଟାରଙ୍କ ଠାରୁ ଭାରତ ଟୋକିଓ ଅଲମ୍ପିକ୍ସରେ ପଦକ ଆଶା ରଖିଛି ।
ଇଟିଭି ଭାରତରେ ପ୍ରତିକ୍ରିୟା ରଖି ସିନ୍ଧୁଙ୍କ ପିତା ପିଭି ରମଣ, ଅବସର ଗୁଜବକୁ ଖଣ୍ଡନ କରିଛନ୍ତି । ଏଥିସହ ସଂପୂର୍ଣ୍ଣ ଟ୍ବିଟଟି ପଢିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ସିନ୍ଧୁ ଟ୍ବିଟରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, "ଆପଣ ଏହି ଟ୍ବିଟଟିକୁ ଭଲଭାବେ ବୁଝିବାକୁ ଚେଷ୍ଟା କରିବେ । ଏହା ସାମାନ୍ୟ ଦ୍ବନ୍ଦ୍ବ ଓ ଚକିତ କରିପାରେ । ମାତ୍ର ଭ୍ରମିତ ନହୋଇ ସଂପୂର୍ଣ୍ଣ ଟ୍ବିଟରେ ମୋର ଭାବାବେଗକୁ ବୁଝିବାକୁ ଚେଷ୍ଟା କରିବେ ବୋଲି ଆଶା ।