ହାଇଦ୍ରାବାଦ: 36 ବର୍ଷର ପ୍ରତୀକ୍ଷା ଅନ୍ତ କଲେ ସାଇପ୍ରଣୀତ । ପୁରୁଷ ଏକକ ବର୍ଗରେ 1983ରେ ଶେଷଥର ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ପଦକ ଜିତିଥିଲେ ପ୍ରକାଶ ପାଦୁକୋନ ।
ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଭାରତର ପଦକ ନିଶ୍ଚିତ କଲେ ସାଇପ୍ରଣୀତ
36 ବର୍ଷର ପ୍ରତୀକ୍ଷା ଅନ୍ତ କଲେ ସାଇପ୍ରଣୀତ । 1983 ପରେ ପ୍ରଥମ ଭାରତୀୟ ଖେଳାଳି ଭାବେ ପୁରୁଷ ଏକକ ବର୍ଗରେ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ପଦକ ସୁନିଶ୍ଚିତ କରିଛନ୍ତି ସାଇପ୍ରଣୀତ ।
ଟୋକିଓରେ ଖେଳାଯାଉଥିବା ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପର ସେମିଫାଇନାଲରେ ପ୍ରବେଶ କଲେ ଭାରତର ସାଇପ୍ରଣୀତ । ଏହି ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି କ୍ବାଟରଫାଇନାଲରେ ବିଶ୍ବ ମାନ୍ୟତାର 4ନଂ ଖେଳାଳିଙ୍କୁ ପରାସ୍ତ କରିଛନ୍ତି । ଏହା ସହିତ ଭାରତ ପୁରୁଷ ଏକକ ବର୍ଗରେ ପଦକ ଜିତିବା ଏକପ୍ରକାର ନିଶ୍ଚିନ୍ତ ହୋଇଛି ।
ସିଡ ସାଇପ୍ରଣୀତ ଜୋନାଥନ କ୍ରିଷ୍ଟଙ୍କୁ 24-22, 21-14 ସେଟରେ ମାତ ଦେଇଛନ୍ତି । ଏହାସହିତ 1983 ପରେ ପ୍ରଥମ ଭାରତୀୟ ଖେଳାଳି ଭାବେ ପଦକ ସୁନିଶ୍ଚିନ୍ତ କରିଛନ୍ତି । ସାଇପ୍ରଣୀତଙ୍କର ଏହି ଐତିହାସିକ ସଫଳତା ପରେ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ତେବେ ସେମିଫାଇନାଲରେ ବିଜୟୀ ହୋଇ ସାଇପ୍ରଣୀତ ଫାଇନାଲରେ ସ୍ବର୍ଣ୍ଣ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ।