ଜାପାନ ପାରା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ପ୍ରମୋଦ - pramod bhagat odia
ଜାପାନ ପାରାବ୍ୟାଡମିଣ୍ଟନ ଫାଇନାଲ ଇଭେଣ୍ଟରେ ପ୍ରମୋଦ। ଶନିବାର ଫାଇନାଲ ମ୍ୟାଚରେ ଇଂଲଣ୍ତର ଡାନିଏଲ ବିଥେଲଙ୍କୁ ଭେଟିବେ ସେ।

ଜାପାନ
ଟୋକିଓ: ବୁଧବାର ଠାରୁ ଆରମ୍ଭ ହୋଇଥିବା ଜାପାନ ପାରାବ୍ୟାଡମିଣ୍ଟନରେ ଓଡିଆ ପୁଅଙ୍କ କମାଲ । ଏହି ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ପ୍ରମୋଦ ଭଗତ। ଶନିବାର ଫାଇନାଲ ମ୍ୟାଚରେ ଇଂଲଣ୍ତର ଡାନିଏଲ ବିଥେଲଙ୍କ ସହ ମୁକାବିଲା କରିବେ ସେ। ସେମିଫାଇନାଲ ମ୍ୟାଚରେ ପ୍ରମୋଦ ଇଣ୍ଡୋନେସିଆର ମାମନ ନୁଜମାନଙ୍କୁ 21-7, 21-17ସେଟ୍ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି।