ପ୍ୟାରିସ: ଚଳିତ ଓରିଲିନସ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ବ୍ୟାଡମିଣ୍ଟନ ଡବଲ୍ସ ଯୋଡି କ୍ରିଷ୍ଣା ପ୍ରସାଦ ଗରଗା ଓ ବିଷ୍ଣୁ ବର୍ଦ୍ଧନ ଗୌଡ ପଞ୍ଜଳ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଶନିବାର ଇଂଲଣ୍ଡର କାଲମ ହେମିଂ ଓ ଷ୍ଟିଭ ଷ୍ଟଲଉଡଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଯୋଡି ।
ସେମିଫାଇନାଲ ମୁକାବିଲାରେ କ୍ରୀଷ୍ଣା ଓ ବିଷ୍ଣୁ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲେ ଓ ଇଂଲିସ ପ୍ରତିପକ୍ଷଙ୍କୁ 35 ମିନିଟ ଧରି ଖେଳାଯାଇଥିବା ମ୍ୟାଚରେ 21-17, 21-17 ସେଟ୍ରେ ପରାସ୍ତ କରିଥିଲେ ।