ପ୍ୟାରିସ:ଚଳିତ ଓରଲିନସ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଭାରତୀୟ ମହିଳା ଡବଲ୍ସ ଯୋଡି ଅଶ୍ବିନି ପୋନାପ୍ପା ଓ ଏନ ସିକି ରେଡ୍ଡି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ।
41 ମିନିଟ ଧରି ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମୁକାବିଲାରେ ଇଂଲଣ୍ଡର ଚୋଲେ ବିର୍ଚ ଓ ଲାଉରେନ ସ୍ମିଥଙ୍କୁ 21-14, 21-18ରେ ହରାଇ ସେମିରେ ପ୍ରବେଶ କରିଛନ୍ତି ଭାରତୀୟ ଯୋଡି ।