ନୂଆଦିଲ୍ଲୀ: ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ମିଳିଲା କ୍ରୀଡାକ୍ଷେତ୍ରର ସମ୍ମାନଜନକ ଅର୍ଜୁନ ଆୱାର୍ଡ । କ୍ରୀଡା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡା ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ପାରା-ବ୍ୟାଡମିଣ୍ଟନରେ ପ୍ରଭାବି ପ୍ରଦର୍ଶନ ପାଇଁ ପ୍ରମୋଦ ଭଗତଙ୍କୁ ସମ୍ମାନିତ କରାଯାଇଛି ।
ଓଡିଆ ପାରା ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତଙ୍କୁ ମିଳିଲା ଅର୍ଜୁନ ଆୱାର୍ଡ
ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ମିଳିଲା କ୍ରୀଡାକ୍ଷେତ୍ରର ସମ୍ମାନଜନକ ଅର୍ଜୁନ ଆୱାର୍ଡ ।
ପ୍ରମୋଦଙ୍କୁ ଏହି ସମ୍ମାନ ମିଳିବା ପରେ ସମଗ୍ର ଓଡିଶା ପାଇଁ ଗୌରବ ଆଣିଛନ୍ତି । ପ୍ରେମୋଦଙ୍କ ଘର ବରଗଡ ଜିଲ୍ଲା ଅତାବିରା ଅଞ୍ଚଳରେ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପ୍ରମୋଦ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଅର୍ଜୁନ ସମ୍ମାନର ଟ୍ରଫି, ସାର୍ଟିଫିକେଟ ଓ 5ଲକ୍ଷ ଅର୍ଥରାଶି ପ୍ରମୋଦ ଗ୍ରହଣ କରିଥିଲେ । କ୍ରମାଗତ 4ବର୍ଷ ଧରି ଉତ୍ତମ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।
ପ୍ରମୋଦ ନିକଟ ଅତୀତରେ BWF ବିଶ୍ବ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଡବଲ୍ସ ରେ ପ୍ରମୋଦ ଓ ମନୋଜ ସରକାରଙ୍କ ଯୋଡି ସ୍ବର୍ଣ୍ଣ ପଦକ ଜିତିଥିଲେ । ସିଙ୍ଗଲ୍ସରେ ପ୍ରେମୋଦ ଇଂଲଣ୍ଡର ଡାନିଏଲ ବାଥେଲଙ୍କୁ 6-21, 21-14, 21-5 ସେଟରେ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲେ ।