ଭୁବନେଶ୍ବର: ଟୋକିଓ ପାରାଲମ୍ପିକ୍ସ ରୌପ୍ୟ ବିଜେତା ଓ ନୋଏଡା ଜିଲ୍ଲା ମାଜିଷ୍ଟ୍ରେଟ୍ ସୁହାସ ଏଲ୍ ୟାଥିରାଜ ଭୁବନେଶ୍ବରରେ ଚାଲିଥିବା ପାରା-ବ୍ୟାଡମିଣ୍ଟନ୍ ନ୍ୟାସନାଲ ଚାମ୍ପିଅନସିପ୍ରୁ ଓହରିଯାଇଛନ୍ତି । ଚଳିତ ପାରା-ବ୍ୟାଡ୍ମିଣ୍ଟନ ନ୍ୟାସନାଲ ଚାମ୍ପିଅନସିପ୍ରେ 'ଗୋଲ୍ଡେନ ବଏ' ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ଦେଖିବାକୁ ମିଳିବ । ପାରାଲମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ବ୍ୟାଡ୍ମିଣ୍ଟନ ସ୍ବର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ ।
ପ୍ରମୋଦଙ୍କ ସହିତ ସୁହାସ ୟାଥିରାଜଙ୍କୁ ମଧ୍ୟ ଟୁର୍ନାମେଣ୍ଟରେ ଦେଖାଯିବା ନେଇ ଉତ୍ସାହ ରହିଥିଲା । ମାତ୍ର ବ୍ୟକ୍ତିଗତ କାରଣ ଦର୍ଶାଇ ପାରା-ସର୍ଟଲର ଏହି ମେଗା ଇଭେଣ୍ଟରୁ ଓହିରଯାଇଛନ୍ତି ।
ଓଡିଶା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଚତୁର୍ଥ ପାରା-ବ୍ୟାଡମିଣ୍ଟନ ଚାମ୍ପିଅନସିପ୍କୁ ଶୁକ୍ରବାର ଉଦ୍ଘାଟନ କରିଛନ୍ତି । ୪୦୦ରୁ ଅଧିକ ସର୍ଟଲର ଏହି ଇଭେଣ୍ଟରେ ଆକ୍ସନରେ ନଜର ଆସିବେ । ୟାଥିରାଜ ଶନିବାର ସିଧାସଳଖ କ୍ବାର୍ଟର-ଫାଇନାଲରୁ(SL4) ବର୍ଗରେ ଅଭିଯାନ ଆରମ୍ଭ କରିବା ନେଇ ସୂଚୀ ରହିଥିଲା । ମାତ୍ର ସେ ଓହରିଯାଇଥିବା ନେଇ ଘୋଷଣା କରିଛନ୍ତି । ନିକଟରେ ତାଙ୍କୁ ଭାରତ ସରକାର ସମ୍ମାନଜନକ ଅର୍ଜୁନ ଆୱାର୍ଡରେ ସମ୍ମାନିତ କରାଯାଇଛି ।