ଓଡିଶା

odisha

ଜାତୀୟ ପାରା-ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ ଉଦଯାପିତ

By

Published : Dec 27, 2021, 9:07 PM IST

ରାଜଧାନୀ ଭୁବନେଶ୍ବରରେ ଚାଲିଥିବା ଚତୁର୍ଥ ଜାତୀୟ ପାରା-ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ ଶେଷ ହୋଇଛି । ହରିୟାଣାର ନିତେଶ କୁମାର ଡବଲ୍‌ ଗୋଲ୍ଡ ମେଡାଲ ବିଜେତା ହୋଇଛନ୍ତି । ଅଧିକ ପଢନ୍ତୁ

Nitesh Kumar wins double gold as 4th Para-Badminton National C'ship comes to an end
ଜାତୀୟ ପାରା-ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ ଉଦଯାପିତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଲିଥିବା ଚତୁର୍ଥ ଜାତୀୟ ପାରା-ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ ( Para-Badminton National C'ship)ଶେଷ ହୋଇଛି । ହରିୟାଣାର ନିତେଶ କୁମାର ଡବଲ୍‌ ଗୋଲ୍ଡ ମେଡାଲ ବିଜେତା ହୋଇଛନ୍ତି । ପୁରୁଷ SL3 ବର୍ଗରେ ନିତେଶ ସ୍ବର୍ଣ୍ଣ ପଦକ ଜିତିବା ସହ ତରୁଣଙ୍କ ସହ ମିଶି ପୁରୁଷ ଯୁଗଳ ବପ୍ଗରେ ମଧ୍ୟ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ଏହି ଯୋଡି ପ୍ରମୋଦ ଭଗତ ଓ ମନୋଜ ସରକାରଙ୍କୁ ୨୧-୧୯ ଓ ୨୧-୧୧ ସିଧାସଳଖ ସେଟ୍‌ରେ ହରାଇଛନ୍ତି । ଅନ୍ୟପଟେ SU5 ବର୍ଗରେ ରୁତିକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଚିରାଗଙ୍କୁ ହରାଇଛନ୍ତି ।

ବିଶ୍ବ ନମ୍ବର ୧ SL3 ପାରା-ବ୍ୟାଡ୍‌ମିଣ୍ଟନ ଖେଳାଳି ଗୁଜୁରାଟର ପାରୁଲ ପରମାର ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ଉତ୍ତରାଖଣ୍ଡର ମନଦୀପ କୌର ରୌପ୍ୟ ଓ ମାନସୀ ଜୋଷୀ କାଂସ୍ୟ ପଦକ ଜିତିଥିଲେ । ମହିଳା ହ୍ବିଲଚେୟାର ୧ ବର୍ଗରେ କେରଳର ଅଲଫିଆ ଜେମ୍ସ ସ୍ବର୍ଣ୍ଣ ଓ ଉତ୍ତରାଖଣ୍ଡର ନୀରଜା ଗୋୟଲ ରୌପ୍ୟ ବିଜେତା ହୋଇଛନ୍ତି । ସେହିପରି ଉତ୍ତରାଖଣ୍ଡର ନିର୍ମଳା ମେହେଟା ଓ ଉତ୍ତର ପ୍ରଦେଶର ରଞ୍ଜିତା ମୌର୍ଯ୍ୟ କାଂସ୍ୟ ପଦକ ଜିତିଛନ୍ତି ।

ଏହାମଧ୍ୟ ପଢନ୍ତୁ: Yearender 2021: ବିଶ୍ବକ୍ରୀଡା ମଞ୍ଚରେ ଭାରତୀୟ ଆଥଲେଟ୍‌ଙ୍କ ଚମତ୍କାର

ମହିଳା ହ୍ବିଲ ଚେୟାର ୨ ବର୍ଗରେ କର୍ଣ୍ଣାଟକର ଅମ୍ମୁ ମୋହନ ସ୍ବର୍ଣ୍ଣ, ପଞ୍ଜାବର ସାବନାଙ୍କୁ ରୌପ୍ୟ ଓ ପ୍ରେମ ବିଶ୍ବାସ ଓ ସୁମନ ରାୱତଙ୍କୁ କାଂସ୍ୟ ପଦକ ମିଳିଛି । ମହିଳା SU5 ବର୍ଗରେ ତାମିଲନାଡୁର ମନୀଷା ସ୍ବର୍ଣ୍ଣ ଜିତିଥିବାବେଳେ ଆରତି ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ଜ୍ୟୋତି ଓ ବୈଶାଳୀ କାଂସ୍ୟ ବିଜେତା ହୋଇଛନ୍ତି ।

୩ଦିନ ଧରି ଖେଳାଯାଇଥିବା ଏହି ସମ୍ମାନଜନକ ଇଭେଣ୍ଟରେ ୨୨ଟି ଭିନ୍ନ ବର୍ଗରେ ପ୍ରାୟ ୫୦୦ରୁ ଅଧିକ ଆଥଲେଟ୍‌ ଅଂଶଗ୍ରହଣ କରିଥିଲେ । ଓଡିଶା ପାରା ସ୍ପୋର୍ଟ୍ସ ସଂଘ, ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗର ସହଭାଗିତାରେ ଏହି ପ୍ରତିଯୋଗିତାର ସଫଳ ଆୟୋଜନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details