ନୂଆଦିଲ୍ଲୀ: କୋହଲି, ଭାରତୀୟ କ୍ରୀଡାଜଗତରେ ଇଏ ଏମିତି ଏକ ନାମ ଯାହା ଶୁଣିଲେ, ଆପଣ ଭାରତୀୟ କ୍ରିକେଟ ଟିମ କ୍ୟାପଟେନ ବିରାଟ କୋହଲିଙ୍କ କଥା ଭାବିବାକୁ ବାଧ୍ୟ ହେବେ । ମାତ୍ର ଭାରତୀୟ କ୍ରୀଡା ଜଗତରେ ଏମିତି ଆଉ ଜଣେ କୋହଲି ଅଛନ୍ତି, ଯିଏ ବିଶ୍ବ ସ୍ତରରେ ଭାରତକୁ ଗୌରବାନ୍ନିତ କରିସାରିଛନ୍ତି ।
ଅଲମ୍ପିକ ଦିବସ: ଭାରତୀୟ କ୍ରୀଡା ଜଗତରେ ଆଉ ଜଣେ ଚମ୍ପିଆନ କୋହଲି - ପଲକ କୋହଲି ବ୍ୟାଡମିଣ୍ଟନ ଖେଳାଳି
ଯୁବ ବ୍ୟାଡମିଣ୍ଟନ ଖେଳାଳି ପଲକ କୋହଲି ବିଶ୍ବର ସର୍ବକନିଷ୍ଠ ପାରା-ବ୍ୟାଡମିଣ୍ଟନ ଖେଳାଳି ଭାବେ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଯୁବ ବ୍ୟାଡମିଣ୍ଟନ ଖେଳାଳି ପଲକ କୋହଲି । ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଗତବର୍ଷ ତାଙ୍କର ପ୍ରଭାବି ପ୍ରଦର୍ଶନ କରି, ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । 17ବର୍ଷିୟା କୋହଲି ଚଳିତ ବର୍ଷ ଆରମ୍ଭରେ ମଧ୍ୟ ନିଜକ ଦମଦାର ପ୍ରଦର୍ଶନ ଜାରି ରଖିଥିଲେ । ଫଳରେ ବିଶ୍ବର ସର୍ବକନିଷ୍ଠ ପାରା-ବ୍ୟାଡମିଣ୍ଟନ ଖେଳାଳି ଭାବେ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ବର୍ତ୍ତମାନ ବିଶ୍ବ ମାନ୍ୟତାର 5ମ ସ୍ଥାନରେ ରହିଛନ୍ତି କୋହଲି । ଶୀର୍ଷ 6ଜଣ ଖେଳାଳି ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବାର ନିୟମ ରହିଛି । 17ବର୍ଷିୟା ପଲକ ଆସନ୍ତାବର୍ଷ ଜାପାନର ଟୋକିଓରେ ହେବାକୁ ଥିବା ଅଲମ୍ପିକ୍ସରେ ଶୀର୍ଷସ୍ଥାନରେ ରହି ପଦକ ବିଜେତା ହେବାକୁ ଲକ୍ଷ୍ୟ ରଖିଛନ୍ତି ।