କୁଆଲାଲମ୍ପୁର: ଭାରତୀୟ ଟପ ଶଟଲର ପିଭି ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ମାଲେସିଆ ଓପନର 2ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ମାତ୍ର ଅନ୍ୟତମ ଭାରତୀୟ ଷ୍ଟାର ଶଟଲର ସାଇନା ନେଓ୍ବାଲଫେଲ ମାରିଛନ୍ତି।
ତେବେ ଅଲିମ୍ପିକ୍ ଓ ବିଶ୍ୱ ଚାମ୍ପିୟନଶିପ୍ ରୌପ୍ୟ ପଦକ ବିଜୟିନୀ ପିଭି ବିଶ୍ବର 20 ନମ୍ବର ଖେଳାଳି ଆୟା ଓହୋରିଙ୍କୁ ହରାଇ ଛନ୍ତି। ପ୍ରଥମ ରାଉଣ୍ଡରେ ସିନ୍ଧୁ 22-20, 21-12 ଗେମରେ ତାଙ୍କୁ ହାରାଇଛନ୍ତି । ତେବେ ଏହା ତାଙ୍କ ବିପକ୍ଷରେ ସିନ୍ଧୁଙ୍କ ଷଷ୍ଠ ବିଜୟ ।