ଓଡିଶା

odisha

ETV Bharat / sports

ମାଲେସିଆ ଓପନ ବ୍ୟାଡମିଣ୍ଟନ ସ୍ଥଗିତ, ଭାରତର ଅଲମ୍ପିକ ଆଶା ଧୂଳିଶାତ - ଭାରତୀୟ ବ୍ୟାଡମିଣ୍ଟନକୁ ବଡ ଝଟ୍‌କା

ଅଲମ୍ପିକ ଯୋଗ୍ୟତା ଆଶାୟୀ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ବଡ ଝଟକା । ଅଧିକ ପଢନ୍ତୁ...

Malaysia Open badminton postponed, blow to Indians' Olympic hopes
ମାଲେସିଆ ଓପନ ବ୍ୟାଡମିଣ୍ଟନ ସ୍ଥଗିତ, ଭାରତର ଅଲମ୍ପିକ ଆଶା ଧୂଳିଶାତ

By

Published : May 7, 2021, 5:41 PM IST

ନୂଆଦିଲ୍ଲୀ: ଅଲମ୍ପିକ ଯୋଗ୍ୟତା ଆଶାୟୀ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ବଡ ଝଟକା । ମାଲେସିଆ ଓପନ ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ କୋରୋନା ଭାଇରସ ସଂକ୍ରମଣ ଭୟରେ ସ୍ଥଗିତ ହେବାପରେ ଭାରତର ଅଲମ୍ପିକ ଆଶା ଧୂଳିଶାତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଥିଲା ଓ ଏକାଧିକ ଷ୍ଟାର ଭାରତୀୟ ଖେଳାଳି ଏଠାରେ ପ୍ରଭାବୀ ପ୍ରଦର୍ଶନ ସହ ଟୋକିଓ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଥିଲେ ।

ତେବେ ଏହି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବାଫଳରେ ଭାରତୀୟ ବ୍ୟାଡମିଣ୍ଟନକୁ ବଡ ଝଟ୍‌କା ଲାଗିଛି । ସ୍ଥିତିରେ ସୁଧାର ଆସିବା ପରେ ମାଲେସିଆ ଓପନର ଆୟୋଜନ ହେବାର ସମ୍ଭାବନା ରହିଛି ମାତ୍ର ଏହା ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ଭାବେ ବିବେଚିତ ହେବନାହିଁ । ଏହା ସ୍ପଷ୍ଟ କରିଛି ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ(BWF) ।

ଟୋକିଓ ଅଲମ୍ପିକ ଗେମ୍ସ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଶେଷ ଦୁଇଟି ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ମଧ୍ୟରୁ ଅନ୍ୟତମ ଥିଲା । ଏହା ସ୍ଥଗିତ ହେବାପରେ ସାଇନା ନେହୱାଲ ଓ କିଦାମ୍ବୀ ଶ୍ରୀକାନ୍ତଙ୍କ ପରି ଷ୍ଟାର ଭାରତୀୟ ସର୍ଟଲରଙ୍କ ଅଲମ୍ପିକ ଯୋଗ୍ୟତା ଆଶାକୁ ଶକ୍ତ ଧକ୍କା ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details