ହାଇଦ୍ରାବାଦ: ଭାରତୀୟ ତାରକା ସର୍ଟଲର ପିଭି ସିନ୍ଧୁ ଇଣ୍ଡୋନେସିଆ ଓପନର ସେମିଫାଇନାଲରେ ପହଞ୍ଚିଛନ୍ତି । ସେମି ମୁକାବିଲାରେ ବିଶ୍ବ ରାକିଙ୍ଗର ନଂ2 ଖେଳାଳି ଜାପାନର ନୋଜମିଙ୍କୁ ସିନ୍ଧୁ ହରାଇଛନ୍ତି । ଏହି ମ୍ୟାଚରେ ବିଶ୍ବ ରାକିଙ୍ଗର 5ନଂ ସ୍ଥାନରେ ଥିବା ସିନ୍ଧୁ, ଜବରଦସ୍ତ ପ୍ରଦର୍ଶନ କରି ନୋଜମିଙ୍କୁ ଧରାଶାୟୀ କରିଦେଇଥିଲେ ।
ଇଣ୍ଡୋନେସିଆ ଓପନ: ସେମିରେ ସିନ୍ଧୁ - ପିଭି ସିନ୍ଧୁ ଇଣ୍ଡୋନେସିଆ ଓପନର ସେମିଫାଇନାଲରେ ପହଞ୍ଚିଛନ୍ତି
ଭାରତୀୟ ତାରକା ସର୍ଟଲର ପିଭି ସିନ୍ଧୁ ଇଣ୍ଡୋନେସିଆ ଓପନର ସେମିଫାଇନାଲରେ ପହଞ୍ଚିଛନ୍ତି । ବିଶ୍ବ ରାଙ୍କିଙ୍ଗର ନଂ2 ଖେଳାଳି ଜାପାନର ନୋଜମିଙ୍କୁ 21-14, 21-7 ସେଟରେ ହରାଇଛନ୍ତି ସିନ୍ଧୁ ।
ମାତ୍ର 41 ମିନିଟରେ ମ୍ୟାଚକୁ ଶେଷ କରିଥିଲେ ସିନ୍ଧୁ । ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି 21-14, 21-7 ସେଟରେ ଏକପାଖିଆ ବିଜୟୀ ହୋଇଥିଲ ସିନ୍ଧୁ । ଫଳରେ ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲେ । ସିନ୍ଧୁ ସହ ସେମିରେ ଚାଇନାର ଚିନ ୟୁଫେଇଙ୍କ ମୁକାବିଲା ହେବ । ଚିନ ୟୁଫେଇ ବିଶ୍ବ ରାଙ୍କିଙ୍ଗର 3ୟ ସ୍ଥାନରେ ରହିଛନ୍ତି ।
ଚାଇନା ସର୍ଟଲର ଚିନ ୟୁଫେଇ, ୟୁଏସ୍ଏର ବୈଇନ ଝାଙ୍ଗଙ୍କୁ 21-14, 17-21, 21-16 ସେଟରେ ହରାଇ ସେମିରେ ପହଞ୍ଚିଛନ୍ତି । ଚାଇନା ସର୍ଟଲର ଚିନ ୟୁଫେଇଙ୍କ ସହ ହେଡ ଟୁ ହେଡ ଶେଷ 7ଟି ମୁକାବିଲାରେ ସିନ୍ଧୁ 4-3ରେ ଆଗୁଆ ରହିଛନ୍ତି । ତେବେ ଶେଷଥର ସିଙ୍ଗାପୁର ଓପନ ସେମିଫାଇନାଲରେ ସିନ୍ଧୁ ଓ ଚିନ ୟୁଫେଇ ମୁହାଁମୁହିଁ ହୋଇଥିଲେ । ଏଥିରେ 21-7, 21-11 ସେଟରେ ବାଜି ମାରିଥିଲେ ଚାଇନା ଖେଳାଳି ।