ଓଡିଶା

odisha

ETV Bharat / sports

ଅଲ୍‌ ଇଂଲଣ୍ଡ ଚମ୍ପିଆନସିପ‌: ରିପୋର୍ଟ ନେଗେଟିଭ, ଭାରତୀୟ ସର୍ଟଲରଙ୍କୁ ମିଳିଲା କ୍ଳିନିଚିଟ‌ - ଭାରତୀୟ ବ୍ୟାଡମିଣ୍ଟନ ଟିମ

3 ଜଣ ଭାରତୀୟ ସର୍ଟଲର ଓ ଜଣେ ସପୋର୍ଟ ଷ୍ଟାଫ୍‌ଙ୍କ ରିପୋର୍ଟ ମଙ୍ଗଳବାର ପଜିଟିଭ ଆସିଥିଲା । ଅଧିକ ପଢନ୍ତୁ...

Indian team to participate in All England after testing negative in retests
ଅଲ୍‌ ଇଂଲଣ୍ଡ ଚମ୍ପିଆନସିପ୍‌: ଭାରତୀୟ ସର୍ଟଲରଙ୍କ ରିପୋର୍ଟ ନେଗେଟିଭ, ମିଳିଲା କ୍ଳିନିଚିଟ୍

By

Published : Mar 17, 2021, 7:41 PM IST

ବର୍ମିଂହାମ:ଭାରତୀୟ ବ୍ୟାଡମିଣ୍ଟନ ଟିମକୁ ଅଲ୍‌ ଇଂଲଣ୍ଡ ଚମ୍ପିଆନସିପରେ ଅଂଶଗ୍ରହଣ କରିବାକୁ ମିଳିଲା କ୍ଳିନଚିଟ୍‌ । ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିବା ସଦସ୍ୟଙ୍କର ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ ବୁଧବାର ପୁନର୍ବାର ଟେଷ୍ଟ କରିଥିବା ରିପୋର୍ଟ ନେଗେଟିଭ ଆସିଛି । ଫଳରେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ସବୁଜ ସଙ୍କେତ ମିଳିଛି ।

3 ଜଣ ଭାରତୀୟ ସର୍ଟଲର ଓ ଜଣେ ସପୋର୍ଟ ଷ୍ଟାଫ୍‌ଙ୍କ ରିପୋର୍ଟ ମଙ୍ଗଳବାର ପଜିଟିଭ ଆସିଥିଲା । ଅନ୍ୟ କିଛି ଖେଳାଳି ମଧ୍ୟ ସାମ୍ପଲ୍‌ ମିଶ୍ରଣ ନେଇ ସ୍ପଷ୍ଟହେବାନେଇ ଅପେକ୍ଷା କରିଥିଲେ । ଫଳରେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଠିକ୍‌ ଭାବେ ଅଭ୍ୟାସ କରିପାରିନଥିଲେ ଭାରତୀୟ ଖେଳାଳି ।

ତେବେ ବୁଧବାର ଏନେଇ ସ୍ପଷ୍ଟ କରିଛନ୍ତି ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ(BWF) ଓ ବ୍ୟାଡମିଣ୍ଟନ ଇଂଲଣ୍ଡ । ଭାରତୀୟ ଟିମ ମ୍ୟାନେଜରଙ୍କୁ ମେଲ୍‌ ଯୋଗେଁ ପୂର୍ବରୁ ପଜିଟିଭ ରିପୋର୍ଟ ରହିଥିବା ଖେଳାଳିଙ୍କୁ ରିପୋର୍ଟ ନେଗେଟିଭ ଥିବା ସହ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିପାରିବେ ବୋଲି ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

ABOUT THE AUTHOR

...view details