ନୂଆଦିଲ୍ଲୀ: ମାଲେସିଆ ଓପନରୁ ଓହରି ଗଲା ଭାରତୀୟ ବ୍ୟାଡମିଣ୍ଟନ ଦଳ । ମେ 25 ତାରିଖରୁ ମେ 30 ତାରିଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ମାଲେସିଆ ସରକାରଙ୍କ ପକ୍ଷରୁ ଭାରତରୁ ବିମାନଯାତ୍ରା ଉପରେ କଟକଣା ଜାରି କରାଯାଇଛି । ଫଳରେ ମାଲେସିଆ ଓପନରୁ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ଓହରିବାକୁ ପଡ଼ିଛି ।
ଏପ୍ରିଲ 28 ତାରିଖରୁ ଭାରତରୁ ମାଲେସିଆ ବିମାନ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି ମାଲେସିଆ ସରକାର । ଏହି ଟୁର୍ଣ୍ଣାମେଣ୍ଟ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା କରିବା ପାଇଁ ଶେଷ ସୁଯୋଗ ରହିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ, ସାଇନା ନେହୱାଲ, କିଦାମ୍ବୀ ଶ୍ରୀକାନ୍ତ, ସାଇ ପ୍ରଣୀତ, ସାତ୍ବିକ ସାଇରାଜ ରାଙ୍କିରେଜେି, ଚିରାଗ ସେଟ୍ଟୀ, ଅଶ୍ବିନୀ ପୋନ୍ନାପା ଓ ସିକ୍କି ରେଡି ପ୍ରସ୍ତୁତ ହେଉଥିଲେ । ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସ ଡବଲ୍ସରେ ଭାଗ ନେଇ ଥାଆନ୍ତେ ଭାରତୀୟ ଖେଳାଳି ।