ଓଡିଶା

odisha

ETV Bharat / sports

ଫ୍ରେଞ୍ଚ ଓପନ: ପୁରୁଷ ଡବଲ୍ସରେ ଭାରତୀୟ ଯୋଡିଙ୍କୁ ରୌପ୍ୟ - ବ୍ୟାଡମିଣ୍ଟନ ନ୍ୟୁଜ

ସାତ୍ବିକ ସାଇରାଜ-ଚିରାଗ ଯୋଡି ଫ୍ରେଞ୍ଚ ଓପନରେ ଜିଣିଲେ ରୌପ୍ୟ । ଫାଇନାଲ ମ୍ୟାଚରେ ଭାରତୀୟ ଯୋଡି ଇଣ୍ଡୋନେସିଆ ଯୋଡି ଠାରୁ 18-21,16-21 ସେଟ୍‌ରେ ପରାଜୟ ହୋଇଛି ।

india

By

Published : Oct 28, 2019, 12:39 PM IST

ପ୍ୟାରିସ: ରବିବାର ଦିନ ଭାରତୀୟ ବ୍ୟାଡମିଣ୍ଟନ ଯୋଡି ସାତ୍ବିକ ସାଇରାଜ-ଚିରାଗ ଫ୍ରେଞ୍ଚ ଓପନରେ ରୌପ୍ୟ ପଦକ ହାସଲ କରିଛନ୍ତି । ତେବେ ଫାଇନାଲ ମ୍ୟାଚରେ ଭାରତୀୟ ଯୋଡି ଇଣ୍ଡୋନେସିଆ ଯୋଡି ଠାରୁ ପରାସ୍ତ ହୋଇ 2ୟ ସ୍ଥାନ ଅଧିକାର କରିଛନ୍ତି ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@satwiksairaj

ଫ୍ରେଞ୍ଚ ଓପନ ଫାଇନାଲ ମ୍ୟାଚରେ ଇଣ୍ଡୋନେସିଆ ଯୋଡି କେଭିନ-ମାର୍କସଙ୍କ ଠାରୁ ଭାରତୀୟ ଯୋଡି ସାତ୍ବିକ ସାଇରାଜ-ଚିରାଗ 18-21,16-21 ସେଟ୍‌ରେ ପରାଜୟ ହୋଇଛନ୍ତି ।

ସୂଚନାଥାଉକି, ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ ଭାରତୀୟ ଯୋଡି ଗାଙ୍ଗୁଲି-ବିକ୍ରମ ପ୍ରଥମ ଥର ପାଇଁ 1983 ମସିହାରେ ଜିତିଥିଲେ । ଏଯାଏଁ ଏହି ଟାଇଟାଲ ଭାରତ ନିଜ ନାଁରେ କରି ପାରିନାହିଁ ।

ABOUT THE AUTHOR

...view details