ଆରହସ(ଡେନମାର୍କ):ଚଳିତ ଉବର କପ୍ରେ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମର୍ ଦମଦାର ପ୍ରଦର୍ଶନ । ସ୍କଟଲାଣ୍ଡକୁ ୪-୧ରେ ହରାଇ ଭାରତୀୟ ସର୍ଟଲର ପ୍ରତିଯୋଗିତାର କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ।
ମଙ୍ଗଳବାର ଅଦିତି ଭଟ୍ଟ ଓ ତସନିମ ମୀର ସିଙ୍ଗଲ୍ସ ଇଭେଣ୍ଟରେ ଏକତରଫା ବିଜୟ ସହ ଭାରତର କ୍ବାର୍ଟର ଟିକେଟ ପକ୍କା କରିଥିଲେ ।
ଦୁଇଟି ମ୍ୟାଚ୍ରୁ ଦୁଇଟି ବିଜୟ ସହ ଭାରତ ଗ୍ରୁପ- ବି'ର ଦ୍ବିତୀୟ ସ୍ଥାନରେ ରହିଛି । ରବିବାର ସ୍ପେନକୁ ୩-୨ରେ ହରାଇବା ପରେ ଭାରତୀୟ ଟିମର ଶୀର୍ଷ ଖେଳାଳି ସାଇନା ନେହୱାଲ ଆହତ ଯୋଗୁଁ ମ୍ୟାଚ୍ ଅଧାରୁ ଓହରିଯାଇଥିଲେ ।