ଓଡିଶା

odisha

ETV Bharat / sports

ହଂକଂ ଓପନ: ସେମିରେ କାଦମ୍ବି ଶ୍ରୀକାନ୍ତ - ଚାଇନା ଖେଳାଳି ଆହତ

ଭାରତୀୟ ଷ୍ଟାର ସର୍ଟଲର କିଦାମ୍ବି ଶ୍ରୀକାନ୍ତ ହଂକଂ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

କାଦମ୍ବି ଶ୍ରୀକାନ୍ତ

By

Published : Nov 15, 2019, 3:16 PM IST

ହଂକଂ: ଭାରତୀୟ ଷ୍ଟାର ସର୍ଟଲର କିଦାମ୍ବି ଶ୍ରୀକାନ୍ତ ହଂକଂ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି । କ୍ବାର୍ଟରଫାଇନାଲ ମୁକାବିଲାରେ ଶ୍ରୀକାନ୍ତ ଓ ଚାଇନା ସର୍ଟଲର ଚେନ ଲଙ୍ଗଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ତେବେ ମ୍ୟାଚ ସମୟରେ ଚାଇନା ଖେଳାଳି ଆହତ କାରଣରୁ ଓହରି ଯାଇଥିଲେ । ଫଳରେ ଶ୍ରୀକାନ୍ତ ସେମିଫାଇନାଲରେ ପହଞ୍ଚିଯାଇଛନ୍ତି । ଶ୍ରୀକାନ୍ତ ପ୍ରଥମେ 21-15 ସେଟରେ ବିଜୟୀ ହୋଇ ଅଗ୍ରଣୀ ରହିଥିଲେ।

ଚାଇନା ଖେଳାଳି ଚେନ ଲଙ୍ଗଙ୍କ ବିପକ୍ଷରେ ଶ୍ରୀକାନ୍ତଙ୍କ ପରାଜୟ ଅନୁପାତ ଅଧିକ ରହିଛି। ଉଭୟ ଖେଳାଳି ଖେଳିତିବା ଶେଷ 8ଟି ମ୍ୟାଚରେ 6ଥର ଶ୍ରୀକାନ୍ତ ପରାଜିତ ହୋଇଛନ୍ତି। ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର 13ତମ ସ୍ଥାନରେ ଥିବା ଶ୍ରୀକାନ୍ତ ଶେଷଥର ଲଙ୍ଗଙ୍କୁ 2017 ଅଷ୍ଟ୍ରେଲିଆ ଓପନରେ 22-20, 21-16, ସେଟରେ ହରାଇଥିଲେ।

ABOUT THE AUTHOR

...view details