ହାଇଦ୍ରାବାଦ: ଏକ ମିଡିଆ ରିପୋର୍ଟ ଅନୁସାରେ ପିଭି ସିନ୍ଧୁ ପାରିବାରିକ କଳହ କାରଣ ଯୋଗୁଁ ଜାତୀୟ ଶିବିରକୁ ଅଧାରେ ଛାଡି ଲଣ୍ଡନ ଯାଇଛନ୍ତି । ତେବେ ଏହି ଖବରକୁ ଖଣ୍ଡନ କରିଛନ୍ତି ସିନ୍ଧୁଙ୍କ ବାପା ପିଭି ରମଣ । ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ପିଭି ସିନ୍ଧୁଙ୍କ ବାପା କହିଛନ୍ତି ସିନ୍ଧୁ GSSI(Gatorade Sports Science Institute) ସହ ଯୋଗ ଦେବାକୁ ଲଣ୍ଡନ ଯାଇଛନ୍ତି ।
ତେବେ ସିନ୍ଧୁଙ୍କ ବାପା ତଥା ପୂର୍ବତନ ଜାତୀୟ ଭଲିବଲ ଖେଳାଳି ପିଭି ରମଣ ଇଟିଭି ଭାରତ ସହ ଫୋନ ଯୋଗେ ଆଲୋଚନା ବେଳେ କରିଛନ୍ତି ଯେ, ସମସ୍ତ କଥା ଅର୍ଥହୀନ । ସେ ଲଣ୍ଡନରେ Gatorade Sports Science Instituteରେ ନିଜର ସ୍ବାସ୍ଥ୍ୟ ଓ NRSଟେଷ୍ଟ ପାଇଁ ଯାଇଛନ୍ତି । କିପରି ଏମିତି କେହି ଅପପ୍ରଚାର କରିଛି ।
ତେବେ ମିଡିଆ ହାଉସରେ ସିନ୍ଧୁଙ୍କୁ ନେଇ ଏପରି ଅପପ୍ରଚାର ପରେ ସେ ଟ୍ବିଟ କରି କହିଛନ୍ତି ଯେ, ମୁଁ କିଛି ଦିନ ତଳେ ଲଣ୍ଡନ ଆସିଥିଲି ଓ GSSI ସହ ନିଜର ନ୍ୟୁଟ୍ରିସନ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାମ ପାଇଁ ଆସିଛି । ଏଠାକୁ ମା ବାପାଙ୍କ ସହମତି ନେଇ ଆସିଛି । ଏନେଇ ମୋ ପରିବାରରେ କିଛି କଳହ ନାହିଁ ।