ଓଡିଶା

odisha

ETV Bharat / sports

ସାଇନାଙ୍କୁ ଭିସା ଦେଲା ବୈଦେଶିକ ମନ୍ତ୍ରଣାଳୟ - ସାଇନାଙ୍କୁ ଭିସା

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଟ୍ବିଟ୍ କରି ଅପିଲ ପରେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହେୱାଲଙ୍କୁ ମିଳିଲା ଭିସା ।

ଡିଜାଇନ ଫଟୋ

By

Published : Oct 8, 2019, 10:24 PM IST

ହାଇଦ୍ରାବାଦ: ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲଙ୍କୁ ମିଳିଲା ଭିସା । ଡେନମାର୍କ ଓପନ ପାଇଁ ସାଇନାଙ୍କୁ ଭିସା ମିଳିବାରେ ବିଳମ୍ବ ହୋଇଥିଲା । ଅକ୍ଟୋବର 15ରେ ଡେନମାର୍କ ଓପନ ଆରମ୍ଭ ହେଉଛି । ଏହା ପୂର୍ବରୁ ଭିସା ନମିଳିପାରିବା ନେଇ ସନ୍ଦେହ କରିଥିଲେ ସାଇନା । ଫଳରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଟ୍ବିର କରି ଅପିଲ କରିଥିଲେ ସାଇନା ।

ଫଟୋ ସୌଜନ୍ୟ: twitter@NSaina

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ହସ୍ତକ୍ଷେପ ପରେ ସାଇନାଙ୍କୁ ଭିସା ମିଳିଥିବାର ଜଣାପଡିଛି । ଏହାପରେ ସାଇନା ଟ୍ବିଟ କରି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ଛୁଟିଦିନରେ ମଧ୍ୟ ବୈଦେଶିକ ମନ୍ତ୍ରୀ ଅସମ୍ଭବକୁ ସମ୍ଭବ କରିଥିବା କହିଛନ୍ତି ସାଇନା। ଫଳରେ ସଠିକ ସମୟରେ ସେ ଡେନମାର୍କ ପହଞ୍ଚିପାରିବେ ବୋଲି ମଧ୍ୟ ଆଶା ରଖିଛନ୍ତି ।

ଫଟୋ ସୌଜନ୍ୟ: twitter@NSaina

ABOUT THE AUTHOR

...view details