ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ବ ମହାମାରୀ କୋରୋନା ଭାଇରସ ବିରୁଦ୍ଧରେ ଲଢେଇ ଜାରି ରଖିଛି । ଭାରତରେ 21 ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
କୋରୋନା ସହାୟତା: ଆନ୍ଧ୍ର-ତେଲେଙ୍ଗାନାକୁ 10 ଲକ୍ଷ ଦେଲେ ପି.ଭି ସିନ୍ଧୁ - PV Sindhu donates
ମହାମାରୀ କୋରୋନା ଭାଇରସ ମୁକାବିଲାରେ ସହାୟତାର ହାତ ବଢାଇଛନ୍ତି ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ 5 ଲକ୍ଷ ଲେଖାଏଁ ସହାୟତା ଅର୍ଥରାଶି ପ୍ରଦାନ କରିଛନ୍ତି ସିନ୍ଧୁ ।
ସିନ୍ଧୁଙ୍କ କୋରୋନା ସହାୟତା
ତେବେ ଏହି ମୁକାବିଲାରେ ସହାୟତାର ହାତ ବଢାଇଛନ୍ତି ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ 5 ଲକ୍ଷ ଲେଖାଏଁ ସହାୟତା ଅର୍ଥରାଶି ପ୍ରଦାନ କରିଛନ୍ତି ସିନ୍ଧୁ ।
ଆନ୍ଧ୍ର ପ୍ରଦେଶରେ ଏଯାବତ 11 ଓ ତେଲେଙ୍ଗାନାରେ 26ଜଣ କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ 649 ସଂକ୍ରମଣର ଶିକାର ହୋଇଥିବାବେଳେ, 14ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।