ବ୍ୟାଙ୍କକ୍: ଚଳିତ ବର୍ଷର ଥାଇଲାଣ୍ଡ ଓପନ ନିଜ ନାମରେ କରିଛନ୍ତି ଷ୍ଟାର ସର୍ଟଲର କରୋଲିନା ମାରିନ । ରବିବାର ଫାଇନାଲ ମୁକାବିଲାରେ ତାଇ ଜୁ-ୟିଙ୍ଗଙ୍କୁ ହରାଇଛନ୍ତି ମାରିନ । 27 ବର୍ଷୀୟା ମାରିନ ମହିଳା ଏକକ ବର୍ଗରେ ପୂର୍ବରୁ ବିଶ୍ବରେ ନଂ1ରେ ରହିଛନ୍ତି ।
ନିଜର ପୁରୁଣା ଆକ୍ରମଣାତ୍ମକ ଅନ୍ଦାଜର ଦମରେ ଏହି ଟାଇଟେଲ ହାସଲ କରିଛନ୍ତି । 42 ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚରେ 21-9, 21-16 ସେଟ୍ରେ ସିଧାସଳଖ ବିଜୟ ହାସଲ କରିଛନ୍ତି । ଏଥିସହ ପୁନର୍ବାର ଅଲମ୍ପିକ ମେଡାଲ ହାସଲ କରିବା ନେଇ ସଙ୍କେତ ଦେଇଛନ୍ତି ।