ଓଡିଶା

odisha

ETV Bharat / sports

ଟୋକିଓ ଅଲମ୍ପିକ୍ସରୁ ଓହରିଲେ ରିଓ ଅଲମ୍ପିକ ବ୍ୟାଡମିଣ୍ଟନ ଚମ୍ପିଆନ କାରୋଲିନା - ଟୋକିଓ ଅଲମ୍ପିକ୍ସ

ଟୋକିଓ ଅଲମ୍ପିକ୍ସରୁ ଓହରିଲେ ରିଓ 2016 ଅଲମ୍ପିକ ବ୍ୟାଡମିଣ୍ଟନ ଚମ୍ପିଆନ କାରୋଲିନା ମାରିନ । ଅଧିକ ପଢନ୍ତୁ...

Carolina Marin ruled out of Tokyo Olympics
ଟୋକିଓ ଅଲମ୍ପିକ୍ସରୁ ଓହରିଲେ ରିଓ ଅଲମ୍ପିକ ବ୍ୟାଡମିଣ୍ଟନ ଚମ୍ପିଆନ କାରୋଲିନା

By

Published : Jun 1, 2021, 5:21 PM IST

ହାଇଦ୍ରାବାଦ:ଟୋକିଓ ଅଲମ୍ପିକ୍ସରୁ ଓହରିଲେ ରିଓ 2016 ଅଲମ୍ପିକ ବ୍ୟାଡମିଣ୍ଟନ ଚମ୍ପିଆନ କାରୋଲିନା ମାରିନ ।

ବାମଆଣ୍ଠୁରେ ଆଘାତ ଯୋଗୁଁ ଚଳିତ ସପ୍ତାହରେ ସର୍ଜରୀ ହେବ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି କାରୋଲିନା । ଫଳରେ 27 ବର୍ଷୀୟା ବ୍ୟାଡମିଣ୍ଟନ ଷ୍ଟାର ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଟ୍ବିଟ ଯୋଗେଁ ଘୋଷଣା କରିଛନ୍ତି ।

ପୂର୍ବରୁ ଗତ ଶୁକ୍ରବାର ଟ୍ରେନିଂ ସମୟରେ କାରୋଲିନାଙ୍କ ବାମଆଣ୍ଠୁରେ ଆଘାତ ଲାଗିଥିଲା । ଏହାପରେ ସ୍ପାନିସ ବ୍ୟାଡମିଣ୍ଟନ ଖେଳାଳି ଅସହତ ଅନୁଭବ କରିଥିଲେ ଓ ପରେ ଟେଷ୍ଟରୁ ଆହତ ନେଇ ଜଣାପଡିଥିଲା ।

ଅନ୍ୟପଟେ ଶୁକ୍ରବାର, ବିଶ୍ବ ବ୍ୟାଡମନିଣ୍ଟନ ଫେଡେରେସନ(BWF) ଟୋକିଓ ଅଲମ୍ପିକ୍ସ ପାଇଁ ଆଉ କୌଣସି ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳାଯିବ ନାହିଁ ବୋଲି ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details