ନୂଆଦିଲ୍ଲୀ: ଇତିହାସ ରଚିଲେ ଭାରତୀୟ ଷ୍ଟାର ସର୍ଟଲର ତଥା ପୂର୍ବତନ ବିଶ୍ବ ନମ୍ବର 1 କିଦାମ୍ବୀ ଶ୍ରୀକାନ୍ତ । 2021 BWF ବିଶ୍ବ ଚାମ୍ପିଅନସିପ୍ରେ(BWF World C'ships) ଐତିହାସିକ ରୌପ୍ୟ ପଦକ ଜିତିଲେ ଶ୍ରୀକାନ୍ତ । ରବିବାର ଖେଳାଯାଇଥିବା ପୁରୁଷ ଏକକ ଫାଇନାଲରେ ସିଙ୍ଗାପୁରର ଲୋହ କିନ୍ ୟିଉଙ୍କ ଠାରୁ 15-21, 20-22 ସେଟ୍ରେ ପରାସ୍ତ ହେବାସହ ରୌପ୍ୟରେ ସନ୍ତୁଷ୍ଟ ହୋଇଛି ଶ୍ରୀକାନ୍ତ ।
ଏହି ସମ୍ମାନଜନକ ଇଭେଣ୍ଟରେ ଶ୍ରୀକାନ୍ତ ପ୍ରଥମ ଭାରତୀୟ ପୁରୁଷ ସର୍ଟଲର ଭାବେ ରୌପ୍ୟ ପଦକ ବିଜେତା ହୋଇଛନ୍ତି । ପୂର୍ବରୁ ପୁରୁଷ ଏକକ ଇଭେଣ୍ଟରେ କିମ୍ବଦନ୍ତୀ ପ୍ରକାଶ ପାଦୁକୋନ୍ ବର୍ଷ 1983ରେ କାଂସ୍ୟ, ବି ସାଇ ପ୍ରଣୀତ ବର୍ଷ 2019ରେ କାଂସ୍ୟ ପଦକ ଜିତିଥିଲେ । ଶନିବାର ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ଶ୍ରୀକାନ୍ତଙ୍କ ଠାରୁ 20 ବର୍ଷୀୟ ଲକ୍ଷ ସେନ୍ ପରାସ୍ତ ହେବାପରେ ବିରଳ ତାଲିକାରେ ସାମିଲ ହୋଇଛନ୍ତି ।