ହାଇଦ୍ରାବାଦ: ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କର ଖରାପ ଫର୍ମ ଜାରି ରହିଛି । BWF ଟୁର ଫାଇନାଲରେ ଚାଇନା ସର୍ଟଲର ଚେନ ୟୁ ଫେଇଙ୍କ ଠାରୁ 22-20, 16-21, ଓ 12-21 ସେଟ୍ରେ ପରାସ୍ତ ହୋଇଛନ୍ତି ସିନ୍ଧୁ । ଗତ ବୁଧବାର ପ୍ରଥମ ମ୍ୟାଚରେ ସିନ୍ଧୁ ଜାପାନ ଖେଳାଳି ଆକେନେ ୟାମାଗୁଚିଙ୍କ ଠାରୁ ମଧ୍ୟ ପରାସ୍ତ ହୋଇଥିଲେ । 2ଟି ପରାଜୟ ପରେ ସିନ୍ଧୁଙ୍କର ସେମିଫାଇନାଲ ଆଶା ଧୂଳିଶାତ ହୋଇଛି ।
BWF ଟୁର ଫାଇନାଲ: ସିନ୍ଧୁ ପରାସ୍ତ, ସେମିଫାଇନାଲରୁ ବାଦ - ସିନ୍ଧୁ ସେମିଫାଇନାଲରୁ ବାଦ
ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ଖରାପ ଫର୍ମ ଜାରି ରହିଛି । BWF ଟୁର ଫାଇନାଲରେ ଚାଇନା ସର୍ଟଲର ଚେନ ୟୁ ଫେଇଙ୍କ ଠାରୁ 22-20, 16-21, ଓ 12-21 ସେଟ୍ରେ ପରାସ୍ତ ହୋଇଛନ୍ତି ସିନ୍ଧୁ ।

ପିଭି ସିନ୍ଧୁ
ଗତ ଅଗଷ୍ଟରେ ୱାର୍ଲଡ ବ୍ୟାଡମିଣ୍ଟନ ଚମ୍ପିଆନସିପ ଟାଇଟଲ ବିଜୟୀ ହୋଇଥିଲେ ସିନ୍ଧୁ । ଏହାପରେ କ୍ରମାଗତ 5ଟି ଟୁର୍ଣ୍ଣାମେଣ୍ଟରେ ପରାଜୟ ସାମ୍ନା କରିଛନ୍ତି ଏହି ଖେଳାଳି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ସହ ବିଜୟ ଟ୍ରାକକୁ ଫେରିବା ଲକ୍ଷ୍ୟରେ ଥିଲେ ସିନ୍ଧୁ ।