ଓଡିଶା

odisha

ETV Bharat / sports

ଖେଳରତ୍ନ ଆୱାର୍ଡ: ଶ୍ରୀକାନ୍ତଙ୍କୁ ମନୋନୀତ କଲା ବ୍ୟାଡମିଣ୍ଟନ ଆସୋସିଏସନ - କିଦାମ୍ବୀ ଶ୍ରୀକାନ୍ତ

ଚଳିତ ବର୍ଷ ଫେବୃଆରୀରେ ମାନିଲାରେ ଖେଳାଯାଇଥିବା, ଏସିଆନ ବ୍ୟାଡମିଣ୍ଟନ ଚମ୍ପିଆନସିପରୁ ଓହରି ଯାଇଯାଇଥିଲେ କିଦାମ୍ବୀ ଶ୍ରୀକାନ୍ତ ଓ ଏଚ ଏସ ପ୍ରଣୟ ।

BAI Recommends Srikant for Khel Ratna Award following his apology; issues notice to Pranoy
ଖେଳ ରତ୍ନ ଆୱାର୍ଡ: ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ କିଦାମ୍ବି ଶ୍ରୀକାନ୍ତ ମନୋନୀତ

By

Published : Jun 20, 2020, 6:15 PM IST

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ କିଦାମ୍ବି ଶ୍ରୀକାନ୍ତଙ୍କୁ କ୍ରୀଡାକ୍ଷେତ୍ରର ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ଆୱାର୍ଡ ପାଇଁ ମନୋନୀତ କରଛି । ତେବେ ଇମେଲ ଯୋଗେଁ ଶ୍ରୀକାନ୍ତ ନିସର୍ତ୍ତ କ୍ଷମା ପ୍ରାର୍ଥନା ପରେ, ଆସୋସିଏସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଖେଳ ରତ୍ନ ଆୱାର୍ଡ: ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ କିଦାମ୍ବି ଶ୍ରୀକାନ୍ତ ମନୋନୀତ

ଚଳିତ ବର୍ଷ ଫେବୃଆରୀରେ ମାନିଲାରେ ଖେଳାଯାଇଥିବା, ଏସିଆନ ବ୍ୟାଡମିଣ୍ଟନ ଚମ୍ପିଆନସିପରୁ ଓହରି ଯାଇଯାଇଥିଲେ କିଦାମ୍ବୀ ଶ୍ରୀକାନ୍ତ ଓ ଏଚ ଏସ ପ୍ରଣୟ । ବ୍ୟାଡମିଣ୍ଟନ ଆସୋସିଏସସନର ନ ଓହରିବାକୁ ପରାମର୍ଶ ସତ୍ତ୍ବେ ଦୁଇ ଖେଳାଳି ଭାରତୀୟ ଦଳରେ ସାମିଲ ହୋଇନଥିଲେ । ଏହାପରେ ଏସିଆନ ଚମ୍ପିଆନସିପରେ ଐତିହାସିକ ପଦକ ବିଜୟର ସ୍ବପ୍ନ ଭାରତର ସାକାର ହୋଇପାରିନଥିଲା । ସେମିଫାଇନାଲ ମୁକାବିଲାରେ ଇଣ୍ଡୋନେସିଆ ଠାରୁ ପରାଜିତ ହୋଇଥିଲା । ଏହାପରେ ଉଭୟ ଖେଳାଳିଙ୍କୁ କୌଣସି ଆୱାର୍ଡ ପାଇଁ ବ୍ୟାଡମିଣ୍ଟନ ଆସୋସିଏସନ ମନୋନୀତ କରିବ ନାହିଁ ବୋଲି ସ୍ପଷ୍ଟ ହୋଇଥିଲା । ମାତ୍ର ଇମେଲ ଯୋଗେ ପୂର୍ବତନ ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର ନଂ1 ଖେଳାଳି ଶ୍ରୀକାନ୍ତ ଭୁଲ ସ୍ବୀକାର କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି । ବ୍ୟାଡମିଣ୍ଟନ ଆସୋସିଏସନ ଏହାକୁ ଗ୍ରହଣ କରିବା ସହ ଖେଳରତ୍ନ ପାଇଁ ଶ୍ରୀକାନ୍ତଙ୍କ ନାମ ସୁପାରିଶ କରିଥିବା କହିଛନ୍ତି ସାଧାରଣ ସମ୍ପାଦକ ଅଜୟ ସିଙ୍ଘାନିଆ ।

ଅନ୍ୟପଟେ ଚଳିତ ମାସରେ ପ୍ରଣୟ ଅର୍ଜୁନ ଆୱାର୍ଡ ଚୟନ ପ୍ରକିୟା ନେଇ ପ୍ରଶ୍ନ ଉଠାଇଥିଲେ । ଏମିତିକି ବ୍ୟାଡମିଣ୍ଟନ ଆସୋସିଏସନକୁ ସମାଲୋଚନା ମଧ୍ୟ କରିବାକୁ ପଛାଇନଥିଲେ । 15 ଦିନ ମଧ୍ୟରେ ପୂର୍ବରୁ କରିଥିବା ବ୍ୟବହାର ନେଇ ଉତ୍ତର ରଖିବାକୁ ନୋଟିସ ପଠାଯାଇଛି । ଏଥିସହିତ ଆସୋସିଏସନ ପ୍ରତି ରଖିଥିବା ମନ୍ତବ୍ୟକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଖେଳାଳି, କୋଚ, ଟେକ୍ନିକାଲ ଷ୍ଟାଫଙ୍କ ପାଇଁ କଟକଣା ରହିଥିବା କହିଛନ୍ତି, BAI ସମ୍ପାଦକ ଅଜୟ ସିଙ୍ଘାନିଆ କହିଛନ୍ତି ।

ପୂର୍ବରୁ BAI ପକ୍ଷରୁ ପୁରୁଷ ଡବଲ୍ଡ ଯୋଡି ସାତ୍ତିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି ଓ ସିଙ୍ଗଲ୍ସ ଖେଳାଳି ସମୀର ବର୍ମାଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ କରିଛି ।

ABOUT THE AUTHOR

...view details