ହାଇଦ୍ରାବାଦ:ଟୋକିଓ ଅଲମ୍ପିକ୍ସ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ । ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଭାରତୀୟ ବ୍ୟାଡମିଣ୍ଟନ ସଂଘ(BAI)ର ସଭାପତି ହିମନ୍ତ ବିଶ୍ବ ଶର୍ମା ଗୁରୁବାର ବ୍ୟାଡମିଣ୍ଟନ ଟିମ ସହ ଆଲୋଚନା କରିଛନ୍ତି ।
BAI ସାଧାରଣ ସମ୍ପାଦକ ଅଜୟ ସିଂଘାନିଆଙ୍କ ସହତି ସଭାପତି ଶର୍ମା ଖେଳାଳିଙ୍କ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ହାଇଦ୍ରାବାଦର ଗଚ୍ଛିବୋଲି ଷ୍ଟାଡିୟମରେ ଟୋକିଓ ଯାତ୍ରା କରିବାକୁ ଥିବା ସମସ୍ତ ଖେଳାଳି, କୋଚ୍ ଓ ସପୋର୍ଟ ଷ୍ଟାଫଙ୍କୁ ଭେଟିବା ସହ ଶୁଭେଚ୍ଛା ଜଣାଇଛନ୍ତି ସଂଘ ଅଧିକାରୀ । ଏନେଇ BAI ଏକ ଅଫିସିଆଲ ବିବୃତିରେ ପ୍ରକାଶ କରିଛି ।