ଓଡିଶା

odisha

ETV Bharat / sports

ଘୁଞ୍ଚିଲା ଥୋମାସ ଓ ଉବର କପ

କୋରୋନା ମହାମାରୀ କାରଣରୁ ଥୋମାସ ଓ ଉବର କପକୁ ସ୍ଥଗିତ ରଖିବା ନେଇ ନିଷ୍ପତ୍ତି ନେଇଛି ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ । ମଙ୍ଗଳବାର ଏନେଇ ଦେଇଛି ସୂଚନା । ଅଧିକ ପଢ଼ନ୍ତୁ...

By

Published : Sep 15, 2020, 12:28 PM IST

Badminton World Federation, BWF announces postponement of Thomas and Uber Cup , Thomas and Uber Cup postponed, ଘୁଞ୍ଚିଲା ଥୋମାସ ଓ ଉବର କପ,  ଥୋମାସ ଓ ଉବର କପ, ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ
ଘୁଞ୍ଚିଲା ଥୋମାସ ଓ ଉବର କପ

କ୍ବାଲାଲାମପୁର: ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ ମଙ୍ଗଳବାର ଥୋମାସ ଓ ଉବର କପକୁ ସ୍ଥଗିତ ରଖିବା ନେଇ ନିଷ୍ପତ୍ତି ନେଇଛି । ଡେନମାର୍କର ଆରହସ ଠାରେ ଅକ୍ଟୋବର 3-11 ତାରିଖ ପାର୍ଯ୍ୟନ୍ତ ଥୋମାସ ଓ ଉବର କପ ଅନୁଷ୍ଠିତ ହେବା ନେଇ ପୂର୍ବରୁ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଆୟୋଜକ ଡେନମାର୍କ ସହ ଆଲୋଚନା କରିବା ପରେ ଟୁର୍ଣ୍ଣାମେଣ୍ଟକୁ ଘୁଞ୍ଚାଇବାକୁ ପଦକ୍ଷେପ ନିଆଯାଇଛି ।

ଗତ କିଛି ଦିନରେ ଅନେକ ଟିମ ମଧ୍ୟ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଟୁର୍ଣ୍ଣାମେଣ୍ଟରୁ ନିଜର ନାମ ପ୍ରତ୍ୟାହୃତ କରିଛନ୍ତି । ତେଣୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିବାରେ ଏହା ମଧ୍ୟ ଏକ ମୁଖ୍ୟ କାରଣ ।

ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ‘‘ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଅନେକ ଟିମ ବିଡବ୍ଲ୍ୟୁଏଫ ଥୋମାସ ଆଣ୍ଡ ଉବର କପ ସହ ଏଚଏସବିସି ବିଡବ୍ଲ୍ୟୁଏଫ ୱାର୍ଲଡ ଟୁରରୁ ନିଜ ନିଜ ନାମ ପ୍ରତ୍ୟାହୃତ କରିଛନ୍ତି । ଯାହା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି ।

‘‘ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଅନେକ ମାସ ଧରି ବ୍ୟାଡମିଣ୍ଟନ ଡେନମାର୍କ ସହ ମିଳିତ ଭାବେ କାର୍ଯ୍ୟ କରୁଥିଲା ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ । ଖେଳାଳିଙ୍କ ସୁରକ୍ଷା ପାଇଁ ଏକ ଜୈବ ସୁରକ୍ଷିତ ବଳୟର ମଧ୍ୟ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା,’’ ବୋଲି ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ କହିଛି ।

ସୂଚନା ୟୋଗ୍ୟ ଯେ କୋରୋନା ମହାମାରୀ କାରଣରୁ ଦୀର୍ଘ ସମୟ ଧରି ସମସ୍ତ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ସ୍ଥିଗତ ରଖାଯାଇଛି ।

@ANI

ABOUT THE AUTHOR

...view details