ନୂଆଦିଲ୍ଲୀ:ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ(BWF) ର ବଡ ଘୋଷଣା । ଅଲମ୍ପିକ ଯୋଗ୍ୟତା ଅର୍ଜନର ଅବଧି 15 ଜୁନ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ମାଲେସିଆନ ଓପନର ସୁପର 750 ଓ ସିଙ୍ଗାପୁର ଓପନ ସୁପର 500 ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବାପରେ ଏହି ନିଷ୍ପତ୍ତି ନିଆଯାଇଛି ।
ଦୁଇ ଟୁର୍ଣ୍ଣାମେଣ୍ଟକୁ ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟ ସୂଚୀରେ ରଖାଯାଇଥିଲା । ପୂର୍ବରୁ BWF ଅଲମ୍ପିକ ଯୋଗ୍ୟତା ଅର୍ଜନ ସମୟ ସୀମା 11 ମଇରୁ 16 ମଇ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ଇଣ୍ଡିଆନ ଓପନ ସହ ଶେଷ ହେବାନେଇ ସୂଚୀ ରହିଥିଲା ।
ମାତ୍ର BWF ପକ୍ଷରୁ ଘୋଷଣାନାମାରେ କୁହାଯାଇଛି, "ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ ଅବଧି 1 ଜୁନ, 2021ରେ ଶେଷ ହେବ । ଯୋଗ୍ୟତା ଅର୍ଜନର ଶେଷ ଟୁର୍ଣ୍ଣାମେଣ୍ଟ ଭାବେ ସିଙ୍ଗାପୁର ଓପନକୁ ରଖାଯାଇଛି । BWF ଟୋକିଓ 2020 ଯୋଗ୍ୟତା ପ୍ରଣାଳୀ ଅପଡେଟ୍ କରିବାକୁ ଆଇଓସି ସହ କାର୍ଯ୍ୟ ଜାରି ରହିଛି ।"
କୋଭିଡ-19 ମହାମାରୀ କାରଣରୁ 24 ଜୁଲାଇରୁ 9 ଅଗଷ୍ଟ 2020ପର୍ଯ୍ୟନ୍ତ ହେବାକୁ ଥିବା ଅଲମ୍ପିକ ଖେଳ ସ୍ଥଗିତ ହୋଇଛି । ଏହି ମେଗା ପ୍ରତିଯୋଗୀତାର ଆୟୋଜନ ଚଳିତ ବର୍ଷ ଜୁଲାଇ 23ରୁ 8 ଅଗଷ୍ଟ ଯାଏଁ ଟୋକିଓରେ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ