ଓଡିଶା

odisha

ETV Bharat / sports

Badminton In 2021: ସିନ୍ଧୁଙ୍କ ମହାନତାର ଯାତ୍ରା, ଶ୍ରୀକାନ୍ତଙ୍କ ପୁନରୁତ୍ଥାନ ଓ ଲକ୍ଷଙ୍କ ଉଦୟ

ଭାରତୀୟ ବ୍ୟାଡ୍‌ମିଣ୍ଟନ ପାଇଁ ବର୍ଷ ୨୦୨୧ ଥିଲା କିଛି ସଫଳତା ଓ ବିଫଳତାର ବର୍ଷ । ଦ୍ବିତୀୟ ଅଲମ୍ପିକ୍‌ ପଦକ ଜିତିବା ପରେ ପିଭି ସିନ୍ଧୁଙ୍କ କିମ୍ବଦନ୍ତୀ ଟ୍ୟାଗ୍‌ ବୃହତ ହୋଇଥିଲା ତ କିଦାମ୍ବୀ ଶ୍ରୀକାନ୍ତ ବିଶ୍ବ ଚାମ୍ପିଅନସିପ୍‌ରେ ଐତିହାସିକ ରୌପ୍ୟ ପଦକ ଜିତି ପ୍ରଶଂସା ସାଉଁଟିଥିଲେ । ପୁଣି ଲକ୍ଷ ସେନ୍‌ ବର୍ଷସାରା ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ । ଅଧିକ ପଢନ୍ତୁ

Badminton in 2021: Sindhu's journey to greatness, Srikanth's resurgence & Lakshya's emergence
Badminton in 2021: ସିନ୍ଧୁଙ୍କ ମହାନତାର ଯାତ୍ରା, ଶ୍ରୀକାନ୍ତଙ୍କ ପୁନରୁତ୍ଥାନ ଓ ଲକ୍ଷ୍ୟଙ୍କ ଉଦୟ

By

Published : Dec 24, 2021, 8:00 AM IST

ନୂଆଦିଲ୍ଲୀ:ଭାରତୀୟ ବ୍ୟାଡ୍‌ମିଣ୍ଟନ ପାଇଁ ବର୍ଷ ୨୦୨୧ ଥିଲା କିଛି ସଫଳତା ଓ ବିଫଳତାର ବର୍ଷ । ଦ୍ବିତୀୟ ଅଲମ୍ପିକ୍‌ ପଦକ ଜିତିବା ପରେ ପିଭି ସିନ୍ଧୁଙ୍କ କିମ୍ବଦନ୍ତୀ ଟ୍ୟାଗ୍‌ ବୃହତ ହୋଇଥିଲା ତ କିଦାମ୍ବୀ ଶ୍ରୀକାନ୍ତ ବିଶ୍ବ ଚାମ୍ପିଅନସିପ୍‌ରେ ଐତିହାସିକ ରୌପ୍ୟ ପଦକ ଜିତି ପ୍ରଶଂସା ସାଉଁଟିଥିଲେ । ପୁଣି ଲକ୍ଷ ସେନ୍‌ ବର୍ଷସାରା ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ । ମାତ୍ର ଏକାଧିକ ସମ୍ମାନଜନକ ପ୍ରତିଯୋଗିତାର ଟିମ ଇଭେଣ୍ଟରେ ଭାରତୀୟ ବ୍ୟାଡ୍‌ମିଣ୍ଟନର ସୂଚୀହୀନ ପ୍ରଦର୍ଶନ ରହିଥିଲା ।

COVID-19 ମହାମାରୀ ଅନ୍ତର୍ଜାତୀୟ କ୍ରୀଡା କ୍ୟାଲେଣ୍ଡ୍‌ରକୁ ବିଶେଷ ଭାବେ ପ୍ରଭାବିତ କରିଥିଲା । ଫଳରେ ଅନେକ ଇଭେଣ୍ଟ ବାତିଲ ହୋଇଥିଲା କିମ୍ବା ସ୍ଥଗିତ ହେବାପରେ ପୁନଃନିର୍ଦ୍ଧାରିତ ହୋଇଥିଲା । ତେବେ ଗୋଟିଏ ଟାଇଟଲ ବିଜୟ ହାତଛଡା ହୋଇଥିଲେ ମଧ୍ୟ ଭାରତୀୟ ସର୍ଟଲର ସୁଯୋଗର ଭରପୁର ଫାଇଦା ଉଠାଇଥିଲେ ।

ରିଓ ଅଲମ୍ପିକ୍‌ସରେ ରୌପ୍ୟ ବିଜୟିନୀ ସିନ୍ଧୁ ଦମଦାର ପ୍ରଦର୍ଶନ ଦୋହରାଇବା ସହ ଟୋକିଓରେ କାଂସ୍ୟ ପଦକ ହାତେଇଥିଲେ । ଏଥିସହ ୱାର୍ଲ୍ଡ ଟୁର୍‌ ଫାଇନାଲରେ ରୋପ୍ୟ ବିଜୟ ସହ ସିଜିନ ଶେଷ କରିଥିଲେ । ଶ୍ରୀକାନ୍ତ ଓ ଲକ୍ଷ ବର୍ଷର ଶେଷ ଭାଗରେ ଜଲୱା ଦେଖାଇବା ସହ ବିଶ୍ବ ଚାମ୍ପିଅନସିପ୍‌ରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ ।

ଏହା ପ୍ରଥମଥର ଏକ ନିଆରା ଖୁସିର ମୂହୂର୍ତ୍ତ ଥିଲା ଯେ, ଦୁଇଜଣ ଭାରତୀୟ ପୁରୁଷ ଖେଳାଳି ବିଶ୍ବ ଚାମ୍ପିଅନସିପ୍‌ର ଗୋଟିଏ ସଂସ୍କରଣରୁ ପଦକ ବିଜେତା ହୋଇ ଫେରିଥିଲେ । ଏହାପୂର୍ବରୁ ଏହି କରିସ୍ମା କରିଥିଲେ ସିନ୍ଧୁ ଓ ସାଇନା ନେହୱାଲ । ୨୦୧୭ ଗ୍ଳାସଗୋ ଇଭେଣ୍ଟର ମହିଳା ଏକକ ବର୍ଗରେ ଉଭୟ ଭାରତୀୟ ଷ୍ଟାର ସର୍ଟଲର ପଦକ ବିଜୟିନୀ ହୋଇ ଫେରିଥିଲେ ।

ତେବେ ଡଚ୍‌ ଓପନର ଫାଇନାଲ ପର୍ଯ୍ୟନ୍ତ ସିନ୍ଧୁ, ଶ୍ରୀକାନ୍ତ କିମ୍ବା ଲକ୍ଷ ପୂର୍ଣ୍ଣ ଦୂରତାକୁ ପହଞ୍ଚିନପାରିବା ଭାରତର ପଦକ ମରୂଡି ଅପେକ୍ଷାକୁ ଲମ୍ବା କରିଥିଲା । ତେବେ ଏହାମଧ୍ୟ ସତ୍ୟ ଯେ, ଅନ୍ତର୍ଜାତୀୟ ଯାତ୍ରା ଓ ଟୁର୍ନାମେଣ୍ଟ ପାଇଁ ଅମୁମତି ପରେ BWF ୧୨ ସପ୍ତାହ ମଧ୍ୟରେ ୯ଟି ଟୁର୍ନାମେଣ୍ଟର ଆୟୋଜନ କରିଥିଲା । ଏହି କାରଣରୁ ଏକାଧିକ ଆହତ ଥିବାରୁ ଅନେକ ଖେଳାଳିଙ୍କ ପାଇଁ ଫାଇଦାମାନ ସାବ୍ୟସ୍ତ ହୋଇନଥିଲା ।

ସିନ୍ଧୁଙ୍କ ଦ୍ବିତୀୟ ଅଲମ୍ପିକ୍‌ସ ପଦକ:

ବର୍ଷ ୨୦୧୯ରେ ସିନ୍ଧୁ ବିଶ୍ବ ଚାମ୍ପିଅନ ରହିଥିବା ସିନ୍ଧୁଙ୍କୁ ବର୍ଷ ଆରମ୍ଭରେ ଥାଇଲାଣ୍ଡ ଲିଗ୍‌ରୁ ସଫଳତା ମିଳିନଥିଲା ମାତ୍ର ମାର୍ଚ୍ଚରେ ସେ ସୁଇସ୍‌ ଓପନ ଫାଇନାଲରେ ପହଞ୍ଚି ନିଜର ଶ୍ରେଷ୍ଠତ୍ବ ପ୍ରମାଣିତ କରିଥିଲେ । ଏହାପରେ କୋରୋନା ଭାଇରସ ୩ଟି ଅଲମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟକୁ ବାତିଲ କରିବାକୁ ବାଧ୍ୟକରିଥିଲା ।

ଅଲମ୍ପିକ୍‌ ରୌପ୍ୟ ବିଜୟ ପରେ ପିଭି ସିନ୍ଧୁ

ଟୋକିଓ ଗେମ୍ସରେ ସ୍ଥାନ ପକ୍କା କରିସାରଥିବା ସିନ୍ଧୁ ରିଓ ରୌପ୍ୟ ପରେ ବିଶ୍ବ କ୍ରୀଡା ମହାକୁମ୍ଭରେ ନିଜର ପଦକ ତାଲିକାରେ ଅଧିକ ଏକ ଅଲମ୍ପିକ୍‌ କାଂସ୍ୟ ଯୋଡିବା ପରେ ମହାନତମଙ୍କ ମଧ୍ୟରେ ନିଜକୁ ସାମିଲ କରିଥିଲେ ।

ଏହାପରେ ଦୁଇମାସ ବ୍ରେକ୍‌ ନେଇଥିଲେ ଓ ବ୍ୟାଡ୍‌ମିଣ୍ଟନ କୋର୍ଟକୁ ଫେରିବା ପରେ ନିରନ୍ତର ପ୍ରଦର୍ଶନ କରିଥିଲେ । ଫ୍ରେଞ୍ଚ୍‌ ଓପନ, ଇଣ୍ଡୋନେସିଆ ମାଷ୍ଟର୍ସ ଓ ଇଣ୍ଡୋନେସିଆ ଓପନ ତିନୋଟି ମେଗା ଇଭେଣ୍ଟର ସେମିଫାଇନାଲରେ ପହଞ୍ଚିଥିଲେ ।

ପରେ ସିଜିନ ଶେଷରେ ୱାର୍ଲ୍ଡ ଟୁର୍‌ ଫାଇନାଲରେ ରୌପ୍ୟ ପଦକ ଜିତି ବିଜୟ ନୋଟ୍‌ରେ ବର୍ଷ ଶେଷ କରିଥିଲେ ।

ଶ୍ରୀକାନ୍ତଙ୍କ ସଂଘର୍ଷ, ବିଶ୍ବ ଚାମ୍ପିଅନସିପ୍‌ ରୌପ୍ୟ:

ଅନ୍ୟପଟେ ବର୍ଷ ୨୦୧୭ରେ ୫ଟି ଫାଇନାଲରୁ ୪ଟି ଟାଇଟେଲ ବିଜେତା ରହିଥିବା ଶ୍ରୀକାନ୍ତ ନିଜର ଫିଟ୍‌ନେସ ସମସ୍ୟା ଓ ଖରାପ ଫର୍ମ ପାଇଁ ସଂଘର୍ଷ କରିଥିଲେ । ଫଳରେ ଏକାଧିକ ଆହତ ସମସ୍ୟା ଓ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ବାତିଲ ଯୋଗୁଁ ଟୋକିଓ ଅଲମ୍ପିକ୍‌ ଟିକେଟ ହାସଲରୁ ବଞ୍ଚିତ ହୋଇଥିଲେ । ୨୦୧୯ ଇଣ୍ଡିଆ ଓପନ ଫାଇନାଲ ପ୍ରବେଶ ପରେ ଚଳିତ ବର୍ଷ କିଛି ସଫଳ ପ୍ରଦର୍ଶନ କରିଥିଲେ ଶ୍ରୀକାନ୍ତ । ବିଶ୍ବ ଚାମ୍ପିଅନସିପ୍‌ରେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ବିଜେତା ହୋଇଥିଲେ ।

ବିଶ୍ବ ଚାମ୍ପିଅନସିପ୍‌ରେ ରୌପ୍ୟ ବିଜୟ ପରେ କିଦାମ୍ବୀ ଶ୍ରୀକାନ୍ତ

ଲକ୍ଷଙ୍କ ଲଢୁଆ ପ୍ରଦର୍ଶନ:

COVID-19 ପୂର୍ବରୁ ବର୍ଷ ୨୦୧୯ଠାରୁ ୫ଟି ଟାଇଟେଲ ଜିତିସାରିଥିବା ଲକ୍ଷ କିନ୍ତୁ ନିଜର ପ୍ରଦର୍ଶନ ବଜାୟ ରଖିବାରେ ସଫଳ ହୋଇନଥିଲେ । ଡଚ୍‌ ଓପନରେ ଫାଇନାଲରେ ସନ୍ତୁଷ୍ଟ ହୋଇଥିଲେ । ତେବେ ନିଜର ୱାର୍ଲ୍ଡ ଟୁର୍‌ ଫାଇନାଲ୍‌ସ ଡେବ୍ୟୁରେ ନକଆଉଟ୍‌ ପର୍ଯ୍ୟାୟରେ ପହଞ୍ଚି ଦମ ଦେଖାଇଥିଲେ । ପରେ ବିଶ୍ବ ଚାମ୍ପିଅନସିପ୍‌ରେ ମଧ୍ୟ ଆକର୍ଷଣୀୟ ପ୍ରଦର୍ଶନ ସହ କାଂସ୍ୟ ପଦକ ହାତେଇଥିଲେ । ଏଥିସହ ପ୍ରକାଶ ପାଦୁକୋନ ଓ ବି ସାଇ ପ୍ରଣୀତଙ୍କ ରେକର୍ଡର ସମକକ୍ଷ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: Cricket Controversy 2021: କ୍ରିକେଟରେ ଛାଇଗଲା ବିବାଦ, ପଦ ପାଇଁ ଫାଟ

ପେଟଜନିତ ରୋଗ ସହ ସଂଘର୍ଷ ଓ COVID ପ୍ରଭାବ ପରେ ସଂଘର୍ଷ ଏଚ୍‌ଏସ ପ୍ରଣୟ ମଧ୍ୟ ସ୍ପେନ୍‌ରେ କ୍ବାର୍ଟର-ଫାଇନାଲରେ ପହଞ୍ଚିଥିଲେ । ଅନ୍ୟପଟେ ପୁରୁଷ ଯୁଗଳ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି ଥାଇଲାଣ୍ଡ ଓପନ, ସୁଇସ ଓପନ ଓ ଇଣ୍ଡୋନେସିଆ ଓପନ ସେମିଫାଇନାଲରେ ପହଞ୍ଚିଥିଲେ । ମାତ୍ର ଆହତ ସମସ୍ୟା ଯୋଗୁଁ ଅଧିକ ସଫଳ ହୋଇପାରିନଥିଲେ ଏହି ଯୋଡି ।

ସାଇନାଙ୍କ ଆହତ ସଂଘର୍ଷ:

ଟୋକିଓ ଅଲମ୍ପିକ୍‌ସରେ ଉଚ୍ଚ ମାନ୍ୟତା ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ୩ଟି ମ୍ୟାଚ୍‌ରୁ ୨ଟିରେ ବିଜୟୀ ହୋଇଥିଲେ ସୁଦ୍ଧା କ୍ବାର୍ଟର-ଫାଇନାଲରେ ପରାସ୍ତ ହୋଇଥିଲେ । ଆହତ ସମସ୍ୟାରେ ଥିବା ଲଣ୍ଡନ ଅଲମ୍ପିକ୍‌ସ କାଂସ୍ୟ ପଦକ ବିଜେତା ସାଇନା ନେହୱାଲଙ୍କ ପାଇଁ ବର୍ଷ ୨୦୨୧ କଠିନତମ ବର୍ଷ ରହିଥିଲା । ଟୋକିଓ ଅଲମ୍ପିକ୍‌ସ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ବଞ୍ଚିତ ହୋଇଥିଲେ ସାଇନା । ଏଥିସହ କ୍ୟାରିୟରରେ ପ୍ରଥମ ଥର ପାଇଁ ବିଶ୍ବ ଚାମ୍ପିଅନସିପ୍‌ରୁ ଓହରିବାକୁ ବାଧ୍ୟ ହୋଇଥିଲେ । ପୂର୍ବତନ ବିଶ୍ବ ନମ୍ବର ୧ ସର୍ଟଲର ସାଇନା, ଉବର କପ୍‌ରେ କୋର୍ଟକୁ ଫେରିଥିଲେ । ମାତ୍ର ମାଂଶପେଶୀରେ ଯନ୍ତ୍ରଣା ଓ ଅନ୍ୟ ଏକାଧିକ ଆହତ କାରଣରୁ ବିଦାୟ ନେଇଥିଲେ ।

ଟିମ ଇଭେଣ୍ଟରେ ଅଲୋଡା ରେକର୍ଡ:

ଏକକ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଟିମ ଇଭେଣ୍ଟରେ ସୁଦୀରମାନ କପ୍‌, ଥୋମାସ କପ୍‌ ଓ ଉପର କପ୍‌ ଫାଇନାଲ୍‌ସରେ ପ୍ରଦର୍ଶନ ନୈରାଶାଜନକ ରହିଥିଲା । ଷ୍ଟାର ଓ ଅନୁଭବୀ ଖେଳାଳିଙ୍କ ଅନୁପସ୍ଥିତି ଯୋଗୁଁ ସୁଦୀରମାନ କପ୍‌ରେ ୩ଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ସହ ଶୀଘ୍ର ବିଦାୟ ନେଇଥିଲା ଭାରତ ।

ଥୋମାସ କପ୍‌ ଓ ଉବର କପ୍‌ ଫାଇନାଲ୍‌ସରେ ପୁରୁଷ ଓ ମହିଳା ଟିମ ସାମାନ୍ୟ ଭଲ ପ୍ରଦର୍ଶନ କରିଥିଲେ ମାତ୍ର କ୍ବାର୍ଟର-ଫାଇନାଲରେ ସନ୍ତୁଷ୍ଟ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ:IPL 2022: ଆସନ୍ତାବର୍ଷ ଫେବ୍ରୁଆରୀରେ ମେଗା ନିଲାମ

ଓଡିଆ ସର୍ଟଲର ଋତୁପର୍ଣ୍ଣାଙ୍କ କମାଲ୍‌:

ଓଡିଶା ବ୍ୟାଡମିଣ୍ଟନ ତାରକା ଋତୁପର୍ଣ୍ଣା ପଣ୍ଡା

ତେବେ ଅଦିତି ଭଟ୍ଟ, ମାଳବିକା ବଂଶଦ, ପୁରୁଷ ଯୁଗଳ ଯୋଡି ଧ୍ରୁବ କପିଳ ଓ ଏମଆର ଅର୍ଜୁନ, ଗାୟତ୍ରୀ ଗୋପିଚାନ୍ଦ, ଋତୁପର୍ଣ୍ଣା ପଣ୍ଡା, ତାନିଶା କ୍ରାଷ୍ଟୋ, ତସନିମ ମୀର ଓ ତେରେସା ଜଲି ଏହି ପ୍ରତିଯୋଗିତାରେ ତାରକା ପ୍ରଦର୍ଶନକାରୀ ରହିଥିଲେ । ସେହିପରି ଯୁବ ପ୍ରତିଭାମାନ ସର୍ଟଲର ଅମନ ଫାରୋ ସଞ୍ଜୟ, ରେବତୀ ଦେବାସ୍ତଳେ, ପ୍ରିୟାଂଶୁ ରାଜୱାତ ମଧ୍ୟ ଅନ୍ତର୍ଜାତୀୟ ବିଜୟ ସହ ଭାରତୀୟ ବ୍ୟାଡମିଣ୍ଟନକୁ ଭବିଷ୍ୟତର ବିଜୟ ଆଶା ଦେଇଥିଲେ ।

PTI

ABOUT THE AUTHOR

...view details