ଭୁବନେଶ୍ବର:ବ୍ୟାଡମିଣ୍ଟନ୍ର ଉଚ୍ଚ ପ୍ରଦର୍ଶନ କେନ୍ଦ୍ର( high performance center) ଏକ ପ୍ରତୀକାତ୍ମକ ଏବଂ ବୃହତ କ୍ରୀଡା ଭିତ୍ତିଭୂମି ହେବ । କିମ୍ବଦନ୍ତୀ ଭାରତୀୟ ବ୍ୟାଡମିଣ୍ଟନ୍ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ, ଡାଲମିଆ ଭାରତ ଗ୍ରୁପ୍, ଓଡିଶା ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଏବଂ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ଅଧିକାରୀଙ୍କ ସହ କଳିଙ୍ଗ ଷ୍ଟାଡିୟମ୍ (Kalinga stadium) ପରିଦର୍ଶନ କରିଛନ୍ତି । ଷ୍ଟାଡିୟମ୍ ପରିସରରେ ଆସୁଥିବା ବ୍ୟାଡମିଣ୍ଟନ୍ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରର ଅଗ୍ରଗତି ସମୀକ୍ଷା କରିବା ସହ ସକରାତ୍ମକ ମତ ରଖିଛନ୍ତି ।
ବ୍ୟାଡମିଣ୍ଟନ୍ର ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଏକ ପ୍ରତୀକାତ୍ମକ ଓ ହେବ ବୃହତ କ୍ରୀଡା ଭିତ୍ତିଭୂମି - ଭୁବନେଶ୍ବରରେ ଭାରତୀୟ ବ୍ୟାଡମିଣ୍ଟନ୍ କୋଚ୍ ପୁଲେଲା ଗୋପୀଚାନ୍ଦ
କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ବରରେ ବ୍ୟାଡମିଣ୍ଟନ୍ର ଉଚ୍ଚ ପ୍ରଦର୍ଶନ କେନ୍ଦ୍ର କାର୍ଯ୍ୟର ସମୀକ୍ଷା କଲେ ଜାତୀୟ ବ୍ୟାଡମିଣ୍ଟନ କୋଚ୍ ପୁଲେଲା ଗୋପୀଚାନ୍ଦ (Pullela Gopichand) । ଅଧିକ ପଢନ୍ତୁ

ବ୍ୟାଡମିଣ୍ଟନ୍ର ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଏକ ପ୍ରତୀକାତ୍ମକ ଓ ହେବ ବୃହତ କ୍ରୀଡା ଭିତ୍ତିଭୂମି
ଏହି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ସମାପ୍ତ ହେବା ପରେ ରାଜ୍ୟର ଏକ ପ୍ରତୀକାତ୍ମକ ତଥା ବୃହତ କ୍ରୀଡା ଭିତ୍ତିଭୂମି ଏବଂ ଦେଶର (shuttlers) ସଟଲରଙ୍କ ପାଇଁ ଏକ ବିଶ୍ବସ୍ତରୀୟ ଏକାଡେମୀ ହେବ ବୋଲି ଗୋପୀଚାନ୍ଦ କହିଛନ୍ତି ।
COVID ମହାମାରୀ ଯୋଗୁଁ ପ୍ରାରମ୍ଭରେ ବିଳମ୍ବ ହୋଇଥିବା ଏହି ପ୍ରକଳ୍ପ ଗତିଶୀଳ ହୋଇଛି ଏବଂ 2022 ମଧ୍ୟଭାଗରେ ନିର୍ମାଣ ଶେଷ ହେବ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ