ଓଡିଶା

odisha

ETV Bharat / sports

ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା-ଆକ୍ଟର ବିଷ୍ଣୁଙ୍କ ନିର୍ବନ୍ଧ ସମ୍ପନ୍ନ - ଜ୍ବାଲା-ବିଷ୍ଣୁ

ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟା-ତାମିଲ ଅଭିନେତା ବିଷ୍ଣୁ ବିଶାଲଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପନ୍ନ । ଜ୍ବାଲି ନିଜର ଟ୍ବିଟରରେ ନିର୍ବନ୍ଧ ଖବର ଟ୍ବିଟ କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା -ଆକ୍ଟର ବିଷ୍ଣୁଙ୍କ ନିର୍ବନ୍ଧ ସମ୍ପନ୍ନ
ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା -ଆକ୍ଟର ବିଷ୍ଣୁଙ୍କ ନିର୍ବନ୍ଧ ସମ୍ପନ୍ନ

By

Published : Sep 8, 2020, 8:40 AM IST

ହାଇଦ୍ରାବାଦ: ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟା ଓ ତାମିଲ ଅଭିନେତା ବିଷ୍ଣୁ ବିଶାଲଙ୍କ ମଧ୍ୟରେ ହୋଇଛି ନିର୍ବନ୍ଧ। ଜ୍ବାଲା ତାଙ୍କ ଜନ୍ମଦିନରେ ଅର୍ଥାତ 7 ସେପ୍ଟେମ୍ବରରେ ଲଭପାର୍ଟନର ବିଷ୍ଣୁଙ୍କ ସହ ନିର୍ବନ୍ଧ କରିଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ଏହି ଖବର ପରେ ବ୍ୟାଡମିଣ୍ଟନ ଫ୍ୟାନ୍ସମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ଯୋଡି ଅନେକ ଦିନରୁ ଡେଟ କରୁଥିଲେ ।

ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଅର୍ଜୁନ ପୁରସ୍କାର ମଧ୍ୟ ପାଇଛନ୍ତି । 2011ରେ ବିଶ୍ବ ଚମ୍ପିଆନସିପରେ କାଂସ୍ୟ ପଦକ ହାସଲ କରିଥିଲେ । ଏଥିସହ 2010 ଓ 2014 କମନଓ୍ବେଲଥ୍‌ ଗେମ୍ସରେ କ୍ରମଶଃ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ । ସେହିପରି 2006 ଓ 2016ର ସାଉଥ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି ଜ୍ବାଲା ।

ସୂଚନାଥାଉକି, ଜ୍ବାଲା 2005ରେ ସାଥୀ ଖେଳାଳି ଚେତନ ଆନନ୍ଦଙ୍କ ସହ ବିବାହ କରିଥିଲେ କିନ୍ତୁ 2011ରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା । ସେହିପରି ବିଷ୍ଣୁ ବିଶାଲ ବି ତାଙ୍କ ବିବାହର 9ବର୍ଷ ପରେ ପତ୍ନୀ ରଜନୀ ନଟରାଜଙ୍କୁ ଛାଡପତ୍ର ଦେଇଥିଲେ । ବିଷ୍ଣୁ-ରଜନୀଙ୍କ ଗୋଟିଏ ପୁଅ ମଧ୍ୟ ଅଛି ।

ABOUT THE AUTHOR

...view details