ବର୍ମିଂହାମ: ଚଳିତ ଅଲ୍ ଇଂଲଣ୍ଡ ଓପନ ଚମ୍ପିଆନସିପ୍ରୁ ବାଦ ପଡିଲେ ଭାରତୀୟ ସର୍ଟଲର ଲକ୍ଷ ସେନ । ଶୁକ୍ରବାର ଖେଳାଯାଇଥିବା କ୍ବାର୍ଟର-ଫାଇନାଲ ମୁକାବିଲାରେ ନେଦରଲାଣ୍ଡ୍ସର ମାର୍କ କାଲିଓଙ୍କ ଠାରୁ 17-21, 21-16, 17-21ରେ ପରାଜିତ ହୋଇଛନ୍ତି । ପୁରୁଷ ଏକକ ବର୍ଗର ଏହି ମ୍ୟାଚ 55 ମିନିଟ ଧରି ଖେଳାଯାଇଥିଲା ।
ପ୍ରଥମ ସେଟ୍ରେ ପରାସ୍ତ ହେବାପରେ 19 ବର୍ଷୀୟ ଯୁବ ଭାରତୀୟ ସର୍ଟଲର ଜୋରଦାର କମବ୍ୟାକ୍ କରିଥିଲେ । ତେବେ ସଂଘର୍ଷପୂର୍ଣ୍ଣ ଶେଷ ମ୍ୟାଚକୁ ବିଶ୍ବ ମାନ୍ୟତାର 36 ନଂ ସ୍ଥାନରେ ଥିବା ମାର୍କ 21-17ରେ ଜିତିନେଇଥିଲେ । ଫଳରେ ସେନଙ୍କ ସେମିରେ ପ୍ରବେଶ ଆଶା ଧୁଳିସାତ୍ ହୋଇଥିଲା ।