ନୂଆଦିଲ୍ଲୀ:କୋରୋନା ଭାଇରସର ଲେଉଟାଣୀରେ ପୁଣି ପ୍ରଭାବିତ ହେବାକୁ ଯାଉଛି କ୍ରୀଡା ଜଗତ । ଦେଶରେ ହୁ ହୁ ହୋଇ ବଢୁଥିବା କୋରୋନା ସଂକ୍ରମଣ ସଂଖ୍ୟାକୁ ଦେଖି ସ୍ଥଗିତ ହେଲା ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ଘରୋଇ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଏନେଇ ଭାରତୀୟ ବ୍ୟାଡମିଣ୍ଟନ ସଂଘ(BAI) ସୋମବାର ଘୋଷଣା କରିଛି ।
ଏହି ନିଷ୍ପତ୍ତି ଫଳରେ ବେଙ୍ଗାଲୁରୁରେ ଏପ୍ରିଲ 18ରୁ 25 ମଧ୍ୟରେ ଖେଳାଯିବାକୁ ସୂଚୀ ଥିବା ଆଗାମୀ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହୋଇଛି । ହାଇଦ୍ରାବାଦରେ ମଇରେ ହେବାକୁ ଥିବା ଜୁନିୟର ଓ ସବ-ଜୁନିୟର ପ୍ରତିଯୋଗିତା ମଧ୍ୟ ସ୍ଥଗିତ ହୋଇଛି ।