ନୂଆଦିଲ୍ଲୀ: ମହଙ୍ଗା ପଡିଛି ପାକିସ୍ତାନୀ ଖେଳାଳିଙ୍କୁ ଭିସା ନ ଦେବା । ଭାରତରେ ସମସ୍ତ ପ୍ରକାର ଅଲମ୍ପିକ କ୍ରୀଡାକୁ ବନ୍ଦ କରାଯାଇଛି । ଏପରି ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ ଅଲମ୍ପିକ କମିଟି(ଆଇଓସି) ।
ପାକିସ୍ତାନୀ ଖେଳାଳିଙ୍କୁ ଭିସା ମନା, ଭାରତରେ ଅଲମ୍ପିକ କ୍ରୀଡା ବନ୍ଦ - IOC
ଦିଲ୍ଲୀରେ ହେବାକୁ ଥିବା ସୁଟିଂ ବିଶ୍ୱକପ ପାଇଁ ପାକିସ୍ତାନର 2 ଜଣ ସୁଟରଙ୍କୁ ଭିସା ମିଳିନଥିଲା । ପୁଲୱାମା ଆଟାକ ପରେ ଏମାନଙ୍କ ଭାରତ ଆସିବା ନେଇ ସନ୍ଦେହ ଥିବାବେଳେ ଏବେ ସେମାନଙ୍କୁ ଭିସା ମିଳିନାହିଁ ।
ସୂଚନାନୁସାରେ ଦିଲ୍ଲୀରେ ହେବାକୁ ଥିବା ସୁଟିଂ ବିଶ୍ୱକପ ପାଇଁ ପାକିସ୍ତାନର 2 ଜଣ ସୁଟରଙ୍କୁ ଭିସା ମିଳିନଥିଲା । ପୁଲୱାମା ଆଟାକ ପରେ ଏମାନଙ୍କ ଭାରତ ଆସିବା ନେଇ ସନ୍ଦେହ ଥିବାବେଳେ ଏବେ ସେମାନଙ୍କୁ ଭିସା ମିଳିନାହିଁ । ଏହାପରେ ଆଇଓସି ଏହି ନିଷ୍ପତ୍ତି ନେଇଛି । ଏହା ଅନୁସାରେ ଆଗାମୀ ଦିନରେ ଏହା ଭାରତରେ ହେବାକୁ ଥିବା ସମସ୍ତ ଅଲମ୍ପିକ କ୍ରୀଡା ବାତିଲ କରିବାକୁ ଚିନ୍ତା କରୁଛି ବୋଲି ସୂଚନା ଦେଇଛି ।
ଏହାସହ ନୂଆଦିଲ୍ଲୀରେ ହେବାକୁ ଥିବା ପୁରୁଷ 25 ମିଟର ରାପିଡ ଫାୟାର ଇଭେଣ୍ଟର ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମଧ୍ୟ ଭାରତରୁ ସ୍ଥାନାନ୍ତର କରିବାକୁ ଆଇଓସି ନିଷ୍ପତ୍ତି ନେଇଛି । ଆଇଓସି କହିଛି ଯେ ଯେପର୍ଯ୍ୟନ୍ତ ଭାରତ ସରକାର ଏହା ଉପରେ ଲିଖିତ ପ୍ରତିଶ୍ରୁତି ନଦେବେ ସେପର୍ଯ୍ୟନ୍ତ ଭାରତରେ କୌଣସି ଅଲମ୍ପିକ ସମ୍ବନ୍ଧୀୟ କ୍ରୀଡା ଆୟୋଜିତ ହେବ ନାହିଁ । ଏହାସହ ଅଲମ୍ପିକ କ୍ରୀଡାରେ ବାଧା ସୃଷ୍ଟି କରୁଥିବାରୁ ଭାରତ ଉପରେ ବର୍ଷିଛି ଆଇଓସି ।