ଓଡିଶା

odisha

ETV Bharat / sports

Modi a 'pseudo chowkidar': CM Naidu - azerbaijan

କ୍ୱାଲିଫାଇଙ୍ଗ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ ସହିତ ତୃତୀୟ ସ୍ଥାନ ଅଧିକାର କରି ଦିପା ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Mar 14, 2019, 11:56 PM IST

ବାକୁ (ଅଜରବାଇଜାନ୍): ଭାରତୀୟ ମହିଳା ଜିମନାଷ୍ଟ ଦିପା କର୍ମାକର ଏଠାରେ ଚାଲିଥିବା ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ବିଶ୍ୱକପ୍‌ ଭଲ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି । କ୍ୱାଲିଫାଇଙ୍ଗ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ ସହିତ ତୃତୀୟ ସ୍ଥାନ ଅଧିକାର କରି ଦିପା ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

ପ୍ରକାଶ ଯେ, 25 ବର୍ଷୀୟ ଦିପା 2016 ରିଓ ଅଲମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହି ପଦକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ଦିପା ରିଓ ଅଲମ୍ପିକରେ ପ୍ରଥମ ଥର ପାଇଁ ଅତ୍ୟନ୍ତ କଠିନ ହ୍ୟାଣ୍ଡଫ୍ରଣ୍ଟ 540 ଭଲ୍ଟରେ ଭାଗ ନେଇ ଦମଦାର ପ୍ରଦର୍ଶନ କରିଥିଲେ ।

ଚଳିଚ ପ୍ରତିଯୋଗିତାରେ ଦିପା 14.299 ଆଭେରେଜରେ ଦୁଇଟି କ୍ୱାଲିଫାଇଙ୍ଗ ରାଉଣ୍ଡ ଭଲ୍ଟରେ 14.466 ଓ 14.133 ପଏଣ୍ଟ ହାସଲ କରିଥିଲେ । ସେହିପରେ ଆମେରିକାର ଜେଡ କେରୀ କ୍ୱାଲିଫାଇଙ୍ଗ ରାଉଣ୍ଡରେ 14.70 ଆଭେରେଜ ସ୍କୋର ସହିତ ଶିର୍ଷ ସ୍ଥାନ ହାସଲ କରିଥିବା ବେଳେ ମ୍ୟାକ୍ସିକୋର ମୋରେନୋ 14.533 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । କ୍ୱାଲିଫାଇଙ୍ଗ ରାଉଣ୍ଡର ଶ୍ରେଷ୍ଠ 8 ଜଣ ଫିନିସର ଶନିବାର ହେବାକୁ ଥିବା କ୍ୱାଲିଫିକେସନ ରାଉଣ୍ଡରେ ପ୍ରତିଯୋଗିତା କରିବେ ।

ଏହା ଦିପାଙ୍କ ଦ୍ୱାରା ଖୁବ ଭଲ ପ୍ରଦର୍ଶନ । ଶନିବାର ଫାଇନାଲ ପରେ ସେ ପୋଡିୟମରେ ଛିଡା ହୋଇଥିବେ ଓ ଅଲମ୍ପିକ ଯୋଗ୍ୟତା ପାଇଁ ଆଉ ଗୋଟିଏ ପାଦ ଆଗେଇବେ ବୋଲି କହିଛନ୍ତି ଜିମ୍ନାଷ୍ଟିକ ଫେଡେରେସନ ଅଫ ଅଣ୍ଡିଆର ଉପାଧ୍ୟକ୍ଷ ରିୟାଜ ଭାଟି ।

ABOUT THE AUTHOR

...view details