ମୁମ୍ବାଇ: ଫିଲ୍ମ ବ୍ୟତୀତ ଧିରେ ଧିରେ ଦର୍ଶକ ୱେବ ସିରିଜକୁ ମଧ୍ୟ ପସନ୍ଦ କରିବାରେ ଲାଗିଲେଣି । କିଛି ବର୍ଷ ମଧ୍ୟରେ ଡିଜିଟାଲ ପ୍ଲାଟଫର୍ମରେ ଅନେକ ୱେବ ସିରିଜ ଚହଳ ସୃଷ୍ଟି କରିସାରିଛି । ଏହାର କାରଣ ହେଲା ଯେ ୱେବ ସିରିଜର ଭିନ୍ନ କାହାଣୀ । ଦର୍ଶକ ୱେବ ସିରିଜରେ ଶାଶୂ-ବୋହୂ ଚିରାଚରିତ କାହାଣୀ ପରିବର୍ତ୍ତ୍ବେ ମଜାଦାର କାହାଣୀ ଦେଖିବାକୁ ପାଉଛନ୍ତି । ଚଳତି ବର୍ଷ ମଧ୍ୟ ଅନେକ ୱେବ ସିରିଜ ଆସିଥିଲା, ଯାହା ଦର୍ଶକଙ୍କ ଉପରେ ନିଜ ଯାଦୁ ବିଛାଇବାରେ ସଫଳ ହୋଇଥିଲା । ତେବେ ଆସନ୍ତୁ 2019 ଶେଷ ହେବା ପୂର୍ବରୁ ଜାଣିବା ଏବର୍ଷର ପପୁଲାର ୱେବ ସିରିଜ ବିଷୟରେ କିଛି ଖାସ୍ କଥା...
‘ସାକ୍ରେଡ ଗେମ୍ସ-2’
ଏହି କ୍ରମରେ ସର୍ବପ୍ରଥମେ ନାମ ଆସୁଛି ଭର୍ସାଟାଇଲ ଅଭିନେତା ନୱାଜୁଦ୍ଦୀନ ସିଦ୍ଦିକୀ ଓ ସୈଫ ଅଲ୍ଲୀ ଖାନଙ୍କ ‘ସାକ୍ରେଡ ଗେମ୍ସ 2’ । ଚଳିତ ବର୍ଷର ଏହି ସିରିଜ ସବୁଠାରୁ ଚର୍ଚ୍ଚିତ ସିରିଜ ମଧ୍ୟରେ ଅନ୍ୟତମ । ପ୍ରଥମ ସିରିଜ ଅପେକ୍ଷା ଚଳିତ ବର୍ଷ ଅଗଷ୍ଟ 15ରେ ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ଏହାର ଦ୍ବିତୀୟ ସିରିଜ ‘ସାକ୍ରେଡ ଗେମ୍ସ 2’ ଦର୍ଶକଙ୍କ ହୃଦୟରେ ଛାଇଯାଇଥିଲା । ନୱାଜଙ୍କ ଓ ସୈଫଙ୍କ ବ୍ୟତୀତ ଏହି ସିରିଜରେ ପଙ୍କଜ ତ୍ରିପାଠୀ, ରଣବୀର ସୌରି, କଲ୍କି କୋଚଲିନ, ସମିର କୋଚ୍ଚର, ସୁରବୀନ ଚାୱଲା ଦମଦାର ଅଭିନୟ କରିଥିଲେ । ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ଅନୁରାଗ କଶ୍ୟପ ଓ ନୀରଜ ଘେୱାନ ।
‘ମେଡ ଇନ ହେଭେନ’
ଆମାଜନ ପ୍ରାଇମ ଭିଡିଓର ୱେବ ସିରିଜ ‘ମେଡ ଇନ ହେଭନ’ ଦିଲ୍ଲୀର ଦୁଇ ୱେଡିଂ ପ୍ଲାନର୍ସ ତାରା ଓ କରନଙ୍କ କାହାଣୀକୁ ନେଇ ଆଧାରିତ । ଏହି ସିରିଜର ସବୁ କାହାଣୀ ଏକ ୱେଡିଂକୁ ନେଇ ପର୍ଯ୍ୟବେଶିତ । କରନ ଓ ତାରା ବିବାହ ପ୍ରସ୍ତୁତି ସହ ଆସୁଥିବା ସବୁ ସମସ୍ୟାର ମୁକାବୁଲା କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ ସିରିଜରେ ସୋଭିତା ଧୂଲିପାଲା, ଅର୍ଜୁନ ମାଥୁର, ଜିମ ସରଭ ଓ କଲ୍କି କୋଚଲିନ । ସେହିପରି ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ଜୋୟା ଅଖତର, ଅଳଙ୍କୃତ ଶ୍ରୀବାସ୍ତ, ନିତ୍ୟା ମେହରା ଓ ପ୍ରଶାନ୍ତ ନାୟର ।
‘ଦିଲ୍ଲୀ କ୍ରାଇମ’
ରିଚା ମେହତାଙ୍କ ନିର୍ଦ୍ଦେଶିତ ‘ଦିଲ୍ଲୀ କ୍ରାଇମ’ ନିର୍ଭୟା କେସର କିଛି ଝଲକକୁ ନେଇ ଆଧାରିତ । ନେଟଫ୍ଲିକ୍ସର ଏହି ୱେବ ସିରିଜରେ ଅଭିନେତ୍ରୀ ଶେଫାଳି ଶାହ, ରାଜେଶ ତେଲଙ୍ଗ ଓ ରାସିକା ଦୁଗ୍ଗଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସାତଟି ଏପିସୋଡର ଏହି ୱେବ ସିରିଜ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲା ।
‘ଦ ଫ୍ୟାମିଲି ମ୍ୟାନ’
ଜଣେ ଜାସୁସର କାହାଣୀ ନେଇ ନିର୍ମିତ ହୋଇଥିବା ‘ଦ ଫ୍ୟାମିଲି ମ୍ୟାନ’ ଆମାଜନ ପ୍ରାଇମ ଭିଡିଓର ସବୁଠାରୁ ପପୁଲାର ସିରିଜ । ‘ଫ୍ୟାମିଲ ମ୍ୟାନ’ର ଦମଦାର କାହାଣୀ, ଶାନଦାର ଅଭିନୟ, ଜାସୁସି କଳା ଓ ପାରିବାରିକ ସମ୍ପର୍କର ମିଶ୍ରିତ କାହାଣୀ । ଏହି ସିରିଜକୁ ଦର୍ଶକ ଓ କ୍ରିଟିକ୍ସଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା । ‘ଦ ଫ୍ୟାମିଲ ମ୍ୟାନ’ରେ ମନୋଜ ବାଜପେୟୀଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ ।
‘ଇନସାଇଡ ଇଜ ସିଜନ 2’
ପ୍ରାଇମ ଭିଡିଓର ଓରିଜନାଲ ୱେବ ସିରିଜ ‘ଇନସାଇଡ ଇଜ’ର ଦ୍ବିତୀୟ ସିଜନ ଦେଖିବାକୁ ଅପେକ୍ଷା କରିବସିଥିଲେ ଦର୍ଶକ । ଏହି ସିରିଜ କ୍ରିକେଟ ଖେଳରେ ହେଉଥିବା ଭ୍ରଷ୍ଟାଚାର କାହାଣୀକୁ ନେଇ ଆଧାରିତ । ‘ଇନସାଇଡ ଇଜ 2’ରେ ରିଚା ଚଡ୍ଡା, ବିବେକ ଓବରାୟ, ଆମୀର ଖାନ, ତନୁଜ ୱାରିୱାନି, ସିଦ୍ଧାନ୍ତ ଚତୁର୍ବେଦୀ ଓ ଆଙ୍ଗଦ ବେଦୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସିରିଜକୁ ଫରହାନ ଅଖତର ଓ ରିତେଶ ସିଧୱାନୀଙ୍କ ପ୍ରଯୋଜନା ହାଉସ ଏକ୍ସେଲ ଏଣ୍ଟରଟେନମେଣ୍ଟ ମିଶି ନିର୍ମାଣ କରିଥିଲା ।
‘କୋଟା ଫ୍ୟାକ୍ଟ୍ରି’
ଏହି ସିରିଜର କାହାଣୀ ରାଜସ୍ଥାନ ସହର କୋଟା ପହଞ୍ଚୁଥିବା ଛାତ୍ରଙ୍କ ମନଭାବନାକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରାଯାଇଛି । ଯାହାକୁ ନେଇ ସବୁବେଳେ ଛାତ୍ରଙ୍କ ଅଭିଭାବକ ମଧ୍ୟ ଅଜଣା ଥାଆନ୍ତି । ପିତା-ମାତାଙ୍କ ଆଶାକୁ ପୁରଣ କରିବା ମାନିସିକ ଚାପରେ ରହୁଥିବା ଛାତ୍ରଙ୍କ କାହାଣୀକୁ ନେଇ ଆଧାରିତ ଏହି ସିରିଜ । ଟିଭିଏଫ ପ୍ଲେର ଏହି ସିରିଜରେ ମୟୁର ମେରେ, ଜିତେନ୍ଦ୍ର କୁମାର ଓ ଦୀପିକା ସିମୱାଲ ମୁଖ୍ୟ ଭମିକାରେ ନଜର ଆସିଥିଲେ ।
‘କ୍ରିମିନାଲ ଜଷ୍ଟିସ’
ହଟ ଷ୍ଟାରର ପପୁଲାର ୱେବ ସିରିଜ ‘କ୍ରିମିନାଲ ଜଷ୍ଟିସରେ ବିକ୍ରାନ୍ତ ମେସି, ଅନୁପ୍ରିୟା ଗୋୟଙ୍କା, ପଙ୍କଜ ତ୍ରିପାଠୀ, ମିତା ବରିଷ୍ଠ ଓ ଜ୍ୟାକି ଶ୍ରଫ ଭଳି କଳାକାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ତିଗମାଂଶୁ ଧୂଲିୟା । କ୍ରିମିନଲ ଜଷ୍ଟିସ କାହାଣୀ ଜଣେ ଯୁବକ ଆଦିତ୍ୟଙ୍କର । ପାଠ ପଢାରେ ହୁସିଆର ଥିବା ଆଦିତ୍ୟ ଖେଳ ପ୍ରେମୀ ମଧ୍ୟ ଥିବେ । ପରେ ତାଙ୍କ ଜୀବନରେ ହୋଇଥିବା ଏକ ର୍ଦୁଘଟଣା ତାଙ୍କ ଭାଗ୍ୟ ପୁରା ପରିବର୍ତ୍ତନ କରିଦେଇଥିବେ ।
‘ବାର୍ଡ ଅଫ ବ୍ଲଡ’
ଶାହରୁଖ ଖାନଙ୍କ ପ୍ରଡକ୍ସନ ହାଉସ ରେଡ ଚିଲିଜରେ ନିର୍ମାଣ ହୋଇଥିବା ଇମରାନ ହାସମୀଙ୍କ ୱେବ ସିରିଜ ‘ବାର୍ଡ ଅଫ ବ୍ଲଡ’ର ଚର୍ଚ୍ଚା ଖୁବ୍ ଜୋର ଧରିଥିଲା । ଶାହରୁଖ ନିଜେ ଏହାର ପ୍ରମୋଶନ ମଧ୍ୟ କରାଇଥିଲେ । ରିଲିଜ ପରେ ଶୋକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ଇମରାନଙ୍କ ବ୍ୟତୀତ ସୋଭିତା ଧୂଲିପାଲା, କ୍ରିତି କୁଲହାରି, ବିନୀତ କୁମାର ସିଂ, ଜୟଦୀପ ଅହଲାବାତ, ଦାନିଶ ହୁସୈନ ଓ ରଜିତ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।