ନୂଆଦିଲ୍ଲୀ : 'ରସୋଡି ମେ କୌନ୍ ଥା' ଡାଇଲଗ୍ ର ର୍ୟାପ୍ ଗୀତ ପ୍ରସ୍ତୁତ କରିଥିବା ମ୍ୟୁଜିକ ନିର୍ମାତା ୟଶ ରାଜ ମୁଖାତେ ଏବେ ସୋସିଆଲ ମିଡିଆରେ ଷ୍ଟାର ସାଜିଛନ୍ତି ।
ଏବେ ତାଙ୍କର ଆଉ ଏକ ନୂଆ କ୍ରିଏସନ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ବିଗବସ ଫେମ ଶେହନାଜ ଗିଲ୍ ଙ୍କ ଏକ ଡାଇଲଗ୍ କୁ ନେଇ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ 16 ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଛି ।
ଭିଡିଓରେ ଶେହନାଜ ଦୁଃଖ ମନରେ କହିଛନ୍ତି, ତୋ କ୍ୟା ମେ ମର ଯାଉଁ, ତୁମାରି ଫିଲିଙ୍ଗ ତୁମାରି... ତୁମାରା କୁତା ଟମି ଏବଂ ଅର ହମାରା କୁତା କୁତା (ତ୍ବାଡା କୁତା ଟମି, ସାଡା କୁତା କୁତା ) ।
ଏହି ଭିଡିଓକୁ ନେଇ, ୟଶ ଢୋଲର ଟ୍ବିନ ସେଟ୍ କରି ଏକ ସାନନ୍ଦାର ମ୍ୟୁଜିକ୍ ଲଗାଇଛନ୍ତି । ଶେହନାଜଙ୍କ ଏହି ଡାଇଲଗ୍ ସହିତ ୟଶଙ୍କ ବିଟସ୍ କମାଲ କରିଛି ।
ଭିଡିଓ ସେୟାର କରି ୟଶ ଲେଖିଛନ୍ତି,ଟମି । ଦୁଃଖ, ଯନ୍ତ୍ରଣା, ଲୁହ, ଅନୁଭବ । ଶେହନାଜ ଯେକୌଣସି ଭାଷାରେ ମଧ୍ୟ ପଞ୍ଜାବୀ କହିପାରନ୍ତି । #yashrajmukhate #shehnaazgill #biggboss #dialoguewithbeats #bhangra #tommy #feelings ।