ମୁମ୍ବାଇ: ସୋସିଆଲ ମିଡିଆରେ ମନୋରଞ୍ଜନ କରୁଥିବା ସାଲୋନି ଗୌର 'ନାଜମା ଆପି ଅନ ମୋଦୀଜୀ ସ୍ପିଚ'ର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ଏହି ଭିଡିଓରେ ସାଲୋନି ପ୍ରାୟ ଏକ ମିନିଟର ଭାଷଣ ଦେଇଥିଲେ । ଏହି ଭିଡିଓଟିରେ ସାଲୋନି ମେ 12 ରେ ଅନୁଷ୍ଠିତ ହୋଇଥିବା ଲକଡାଉନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣକୁ ଖୁବ ବ୍ୟଙ୍ଗାତ୍ମକ ଶୈଳୀରେ ଉପସ୍ଥାପନ କରିଥିଲେ । ଏହାସହ ସାଲୋନି ଏହି ଭିଡିଓରେ ଅନେକ କେତେଗୁଡିଏ କଥା ମଧ୍ୟ ଯୋଡିକରି କହିଥିଲେ ଯାହାକି, ଦର୍ଶକମାନଙ୍କୁ ଖୁବ ପସନ୍ଦ ଆସିଥିଲା ।