ହାଇଦ୍ରାବାଦ: ଟେଲିଭିଜନ ଶୋ' ନିର୍ମାତା ଭାୟାକମ-18କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ନିକଟରେ ଟେଲିକାଷ୍ଟ ହେଉଥିବା ‘ରାମ ସିୟା କେ ଲବକୁଶ’ ଭୁଲ ପୌରାଣିକ ତଥ୍ୟ ଦେଉଥିବାର ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗରେ ନିଜ ବୟାନ ରଖିଛି ଭାୟାକମ-18 ।
ବିବାଦରେ ‘ରାମ ସିୟା କେ ଲବକୁଶ’, ବୟାନ ରଖିଲେ ନିର୍ମାତା - Viacom18
ପୌରାଣିକ ସିରିଏଲକୁ ନେଇ ବିବାଦ । ଭାୟାକମ-18 ଦ୍ବାରା ପ୍ରସାରିତ ‘ରାମ ସିୟା କେ ଲବକୁଶ’କୁ ନେଇ ବିବାଦ ଦେଖିବାକୁ ମିଳିଛି ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ
କୌଣସି ସମୁଦାୟକୁ କ୍ଷତି ପହଞ୍ଚାଇବା ଆମେ ଉଦ୍ଦେଶ୍ୟ ନୁହେଁ ବୋଲି କହିଛନ୍ତି ନିର୍ମାତା । ରାମାୟଣ ଏକ ପୌରାଣିକ କାହାଣୀ, ଏହା ନିଜ କାହାଣୀ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥାଏ ଓ ଶୋ' କେବଳ ମନୋରଞ୍ଜନ ପାଇଁ ରହିଛି ବୋଲି ମଧ୍ୟ ନୋଟିସରେ ଦର୍ଶାଯାଇଛି । ବିଭିନ୍ନ ରାମାୟଣକୁ ଆଧାର କରି ମୂଳତତ୍ତ୍ବକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବା ଆମ ଉଦ୍ଦେଶ୍ୟ ବୋଲି କୁହଯାଇଛି ।
ପ୍ରକାଶ ଥାଉକି, ବାଲ୍ମୀକି ସମୁଦାୟ ପଞ୍ଜାବରେ ଏନେଇ ଆନ୍ଦୋଳନ କରିଥିଲେ । ଏପରିକି ଜଣେ ଯୁବକଙ୍କୁ ଗୁଳି ମଧ୍ୟ ଲାଗିଥିଲା । ପରେ ତେବେ ସେପ୍ଟେମ୍ବର 11ରେ ସୂଚନା ପ୍ରସାରଣ ମନ୍ତ୍ରଣାଳୟ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ।