ଓଡିଶା

odisha

By

Published : Jun 19, 2021, 5:03 PM IST

ETV Bharat / sitara

ହସ୍ପିଟାଲରେ ଭର୍ତ୍ତି ହେଲେ ବରୁଣ ସୁଦ

ରିଆଲିଟି ଶୋ ‘ଖତୋରଁ କେ ଖିଲାଡି 11’ ସର୍ବଦା ଚର୍ଚ୍ଚାରେ ରହିଥାଏ । ବର୍ତ୍ତମାନ ସୂଚନା ଆସିଛି ଯେ, ଶୋର ସୁଟିଂ ସମୟରେ ପ୍ରତିଯୋଗୀ ବରୁଣ ସୁଦ ଏକ ଷ୍ଟଣ୍ଟ କରୁଥିବାବେଳେ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

varun-sood-injured-on-the-sets-of-khatron-ke-khiladi-11
ହସ୍ପିଟାଲରେ ଭର୍ତ୍ତି ହେଲେ ବରୁଣ ସୁଦ

ନୂଆଦିଲ୍ଲୀ : ଟେଲିଭିଜନର ରିଆଲିଟି ଶୋ ‘ଖତୋରଁ କେ ଖିଲାଡି 11’ କୌଣସି ନା କୌଣସି କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଏ ।

ବର୍ତ୍ତମାନ ସୂଚନା ଆସିଛି ଯେ, ଶୋର ସୁଟିଂ ସମୟରେ ପ୍ରତିଯୋଗୀ ବରୁଣ ସୁଦ ଏକ ଷ୍ଟଣ୍ଟ କରୁଥିବାବେଳେ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଚାରି ପାଞ୍ଚ ଦିନ ପୂର୍ବେ ଏକ ଷ୍ଟଣ୍ଟ କରୁଥିବାବେଳେ ବରୁଣ ସେଟରେ ଆହତ ହୋଇଥିଲେ । ବରୁଣଙ୍କ ହାତଗୋଡ଼ରେ ଆଘାତ ଲାଗିଥିଲା । ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ୩ ରୁ ୪ ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ‘ଖତୋରଁ କେ ଖିଲାଡି 11’ ରେ ଶ୍ବେତା ତିୱାରୀ, ରାହୁଲ, ଦିବ୍ୟାଙ୍କା, ନିକ୍କି ତମ୍ବୋଲି, ଅଭିନବ ଶୁକ୍ଲା, ବିଶାଲ ଆଦିତ୍ୟ ସିଂ, ଆସ୍ତା ଗିଲ, ଏବଂ ଅନ୍ୟାନ୍ୟ ଟିଭି ତାରକା ଅଂଶଗ୍ରହଣ କରିଛନ୍ତି । ଏହି ଶୋ ’ଜୁଲାଇ ମାସରେ ପ୍ରସାରିତ ହୋଇପାରେ । ଦର୍ଶକମାନେ ଏହି ଶୋକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି ।

ABOUT THE AUTHOR

...view details