ଓଡିଶା

odisha

By

Published : Jul 15, 2020, 10:26 PM IST

ETV Bharat / sitara

ସିରିଏଲରେ ମାସ୍କ ପିନ୍ଧି ଟ୍ରୋଲ ହେଲେ ଟେଲି ତାରକା

ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ୟେ ରିସ୍ତା କ୍ୟା କେହେଲାତା ହେ ସିରିଏଲର ସୁଟିଂ ନିକଟରେ ଆରମ୍ଭ ହୋଇଛି । ଏହାର କିଛି ସିନକୁ ନେଇ ଟ୍ବିଟରରେ ୟୁଜର୍ସ କମେଣ୍ଟ କରିବା ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ଭିତରେ ସିରିଏଲ ଆରମ୍ଭ, ଟ୍ବିଟରରେ ୟୁଜର୍ସଙ୍କ ଟ୍ରୋଲ
କୋରୋନା ଭିତରେ ସିରିଏଲ ଆରମ୍ଭ, ଟ୍ବିଟରରେ ୟୁଜର୍ସଙ୍କ ଟ୍ରୋଲ

ମୁମ୍ବାଇ: କୋରୋନା ମହାମାରୀ ଭିତରେ ଆରମ୍ଭ ହୋଇଛି କିଛି ଡେଲି ଧାରାବାହିକର ସୁଟିଂ । ପ୍ରତିଷେଧକ ବ୍ୟବସ୍ଥା ସହ ସୁଟିଂ ଆରମ୍ଭ କରିଛନ୍ତି ମେକର୍ସ । ତେବେ ସିରିଏଲର କିଛି ଦୃଶ୍ୟ ନେଇ ୟୁଜର୍ସ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

କୋରୋନା ଭିତରେ ସିରିଏଲ ଆରମ୍ଭ, ଟ୍ବିଟରରେ ୟୁଜର୍ସଙ୍କ ଟ୍ରୋଲ

ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ୟେ ରିସ୍ତା କ୍ୟା କେହେଲାତା ହେ ସିରିଏଲର ସୁଟିଂ ନିକଟରେ ଆରମ୍ଭ ହୋଇଛି । ଏହାର କିଛି ସିନକୁ ନେଇ ଟ୍ବିଟରରେ ୟୁଜର୍ସ କମେଣ୍ଟ କରିବା ଆରମ୍ଭ କରିଛନ୍ତି । ନୂଆ ଏପିସୋଡରେ କଳାକାର ଶିବାଙ୍ଗୀ ଜୋଶୀ ଏବଂ ଅଲକା କୌଶଲ ଫେସ୍ ସିଲଡ୍ ଏବଂ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ସିନ୍ ଉପରେ କିଛି ୟୁଜର୍ସ କମେଣ୍ଟ କରିଛନ୍ତି ଯେ ବୈଜ୍ଞାନିକମାନେ ଏବେ କୋରୋନା ଭ୍ୟାକସିନ୍ ନୁହେଁ ୟେ ରିସ୍ତା କ୍ୟା କେହେଲାତା ହେ ର ଉତ୍ତର ଖୋଜିବାରେ ଲାଗିଛନ୍ତି ।

କୋରୋନା ଭିତରେ ସିରିଏଲ ଆରମ୍ଭ, ଟ୍ବିଟରରେ ୟୁଜର୍ସଙ୍କ ଟ୍ରୋଲ

ଆଉ କିଛି ଲେଖିଛନ୍ତି ଯେ କୋଭିଡ 19 ମଧ୍ୟ ୟେ ରିସ୍ତା କ୍ୟା କେହଲାତା ହେ କୁ ଅଟକାଇପାରିଲା ନାହିଁ । ଏବେ ସିରିଏଲରେ ସ୍ବଚ୍ଛ ଓ ବିଶୁଦ୍ଧ ରୋମାନ୍ସ ଦେଖିବାକୁ ମିଳିବ । ହିରୋଇନ୍ ଉପରେ ହିରୋ ସାନିଟାଇଜ ପକାଇବା ସହ ଗ୍ଲୋଭସ ପିନ୍ଧାଇବାର ଦୃଶ୍ୟ ଦେଖିବାକୁ ମିଳୁଛି । ଯାହା ଅତ୍ୟନ୍ତ ହାସ୍ୟସ୍ପଦ ବୋଲି କିଛି ୟୁଜର୍ସ କମେଣ୍ଟ କରିଛନ୍ତି । ଟ୍ବିଟର ୟୁଜର୍ସ ସିରିଏଲର ଲିଡ୍ ଆକ୍ଟର ମୋହସିନ୍ ଖାନ ହିରୋଇନ୍ ଶିବାଙ୍ଗୀଙ୍କ ଫେସ ସିଲଡରେ କିସ କରିବାର ସିନକୁ ନେଇ ଏପରି ଟ୍ରୋଲ କରିଛନ୍ତି । ମୁମ୍ବାଇରେ କୋରୋନା ଆତଙ୍କ ତୀବ୍ର ହୋଇଥିବାବେଳେ ସିରିଏଲର ସୁଟିଂ ଆରମ୍ଭ ହେବା ନିଷ୍ପତ୍ତିକୁ କିଛି ଲୋକ ସମାଲୋଚନା କରିଛନ୍ତି ।

ABOUT THE AUTHOR

...view details