ଓଡିଶା

odisha

ETV Bharat / sitara

କପିଲଙ୍କ ଶୋ'ରେ ଟିକଟକ ଟ୍ବିନ୍ସ

କପିଲଙ୍କ ଶୋ'ରେ ନୂଆ ସଦସ୍ୟ । ଟିକଟକର ପପୁଲାର ଯାଆଁଳା ଭଉଣୀଙ୍କ ଯୋଡି ସୁରଭି-ସମୃଦ୍ଧିଙ୍କ ଶୋ'ରେ ହେଇଛି ଏଣ୍ଟ୍ରି । ଶୋ'ରେ ଏଣ୍ଟ୍ରି ପରେ କପିଲଙ୍କ ବୋଲତି ବନ୍ଦ କରିଛନ୍ତି ଏ ଦୁଇ ଭଉଣୀ ।

By

Published : Jul 2, 2019, 9:58 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/surabhi__mehra

ହାଇଦ୍ରାବାଦ: ଅସଫଳତା ପରେ ପୁଣି ନୂଆ ଅନ୍ଦାଜରେ ଆରମ୍ଭ ହୋଇଥିବା କପିଲଙ୍କ ଶୋ' ଏବେ ଜୋରସୋରରେ ଆଗକୁ ବଢୁଛି । ଶୋ' ର ପ୍ରତ୍ୟେକଟି ଚରିତ୍ର ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି । ମାତ୍ର ଏବେ ଶୋ'ରେ କିଛି ନୂଆ ଚେହେରାଙ୍କୁ ଦେଖିବାକୁ ମିଳିବ । ଏମାନେ କପିଲଙ୍କୁ ସମ୍ପୂର୍ଣ୍ଣ ଭ୍ରମରେ ପକେଇବେ ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/surabhi__mehra

ତେବେ ଏଇ ନୂଆ ଚେହେରା ଟିକଟକରେ ପପୁଲାର ହୋଇଥିବା ଟ୍ବିନ୍ସ ବା ଦୁଇ ଭଉଣୀ ଚିଙ୍କି ଓ ମିଙ୍କି ବା ସୁରଭି-ସମୃଦ୍ଧି । ଟିକଟକରେ ଦୁହିଁଙ୍କ ପପୁଲାରିଟି ବେଶ ଅଧିକ । ଗତ ସପ୍ତାହରେ ଦୁହିଁଙ୍କୁ ଶୋ'ରେ ଦେଖିବାକୁ ମିଳିଥିଲା । ଏମାନଙ୍କ ଏଣ୍ଟ୍ରି ପରେ କପିଲଙ୍କ ବୋଲତି ବନ୍ଦ ହୋଇଯାଇଥିଲା ।

ପ୍ରକାଶଥାଉକି, ଶୋ'ରେ ଆସିବା ପୂର୍ବରୁ ଦୁହେଁ ଅନେକ ବ୍ରାଣ୍ଡ ପାଇଁ ମଡେଲିଂ ମଧ୍ୟ କରିଛନ୍ତି । ଖାସ କଥା ହେଲା ସୁରଭି ଓ ସମୃଦ୍ଧି ପୁରା ଏକା ଭଳି ଦେଖିବାକୁ ଓ ନିଜ ହେୟାର ଷ୍ଟାଇଲରୁ ଆରମ୍ଭ କରି ଡ୍ରେସ ମଧ୍ୟ ଏକା ପରି ପିନ୍ଧନ୍ତି ।

ABOUT THE AUTHOR

...view details