ନୂଆଦିଲ୍ଲୀ: ଟେଲିଭିଜନ ତାରକା ସାରା ଖାନ ଗତ ମାସ ସେପ୍ଟେମ୍ବର 10ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପରେ ସୁସ୍ଥ ହୋଇ ସୁଟିଂ ସେଟ୍କୁ ଫେରିଥିବାର ସୂଚନା ମିଳିଛି ।
କୋଭିଡ୍-19ରେ ଆକ୍ରାନ୍ତ ହେବା ପରେ ଏକ ଗଣମାଧ୍ୟମ ଜରିଆରେ ନିଜ ପ୍ରଶଂସକଙ୍କୁ ଜଣାଇଥିଲେ ସାରା ଏବଂ ସେ କହିଥିଲେ," ମୁଁ କୌଣସି ପ୍ରକାରେ ଏହା ଆସୁଥିବାର ଦେଖିଲି ଯେହେତୁ ମୁଁ ସାମାନ୍ୟ ଜ୍ବର, ସ୍ବାଦ ଏବଂ ଗନ୍ଧ ବାରି ପାରୁନଥିବାର ଅନୁଭବ କଲି | ମୁଁ କୋଭିଡ୍-19ରେ ଆକ୍ରାନ୍ତ ବୋଲି ପରୀକ୍ଷା ଏହାକୁ ନିଶ୍ଚିତ କରିଛି । ମୁଁ ନିଶ୍ଚିତ ଭାବରେ ପ୍ରାରମ୍ଭରେ ଚିନ୍ତିତ ଥିଲି କିନ୍ତୁ ତା’ପରେ ଏହାକୁ ଗ୍ରହଣ କରିଥିଲି ଏବଂ ନିଜକୁ ଘରେ ସଙ୍ଗରୋଧ କରିଥିଲି |"
କୋରୋନା କବଳରୁ ରକ୍ଷା ପାଇବା ପାଇଁ ଔଷଧ ସେବନ ସଂପର୍କରେ ପଚାରିବାରୁ ସେ କହିଥିଲେ, " ମୋର ଶରୀର ଏକ ଭଲ ସ୍ଥିତିରେ ଥିବାରୁ ଓ ମୋର ରୋଗ ପ୍ରତିରୋଧକ ଶକ୍ତି ପାଇଁ ମୁଁ କୋଭିଡ୍ କବଳରୁ ରକ୍ଷା ପାଇପାରିଛି ଏବଂ ନିଶ୍ଚିତ ଭାବରେ ଭିଟାମିନ୍ସ ଓ ଅତ୍ୟଧିକ ଷ୍ଟିମ ମଧ୍ୟ ମୋତେ ସହାୟକ ହୋଇଛନ୍ତି ।"