ମୁମ୍ବାଇ: ଛୋଟ ପରଦାର ଆକ୍ସନଭରା ରିୟାଲିଟି ଶୋ ‘ଖତରୋଂ କେ ଖିଲାଡି 10’ର ଫିନାଲେ ଆଉ କିଛି ଦିନ ପରେ ହେବାକୁ ଯାଉଛି । ଯାହାକୁ ନେଇ ଏକ୍ସାଇଡେଟ ଦର୍ଶକ। ଏ ବର୍ଷର ବିଜେତା କିଏ ସାଜିବେ ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ‘ଖତରୋଂ କେ ଖିଲାଡି 10’ର ବିଜେତା ମୁକୁଟ ପିନ୍ଧିଛନ୍ତି ସୁନ୍ଦରୀ ଅଭିନେତ୍ରୀ କରୀସ୍ମା ତନ୍ନା । ଯାହାର ହିଣ୍ଟ ସୋସିଆଲ ମିଡିଆରେ ଦେଇ ଚର୍ଚ୍ଚାରେ ଲୋକପ୍ରିୟ ନିର୍ମାତା ଏକତା କପୁର ।
ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘କରିସ୍ମା ତନ୍ନା ୟେୟ।’ ସେହିପରି ଏହାର ଜବାବରେ କରିସ୍ମା ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।