ଓଡିଶା

odisha

ETV Bharat / sitara

ଆଖିବୁଜିଲେ କୁମକୁମ ଭାଗ୍ୟର ଇନ୍ଦୁ ଦାଦି - ହୃଦଘାତରେ ଜରୀନା ରୋଶନ ଖାନଙ୍କ ଦେହାନ୍ତ

ଆରପାରିରେ 54 ବର୍ଷିୟ ଟିଭି ଅଭିନେତ୍ରୀ ଜରୀନା । ‘କୁମକୁମ ଭାଗ୍ୟ’ ଓ ‘ୟେ ରିସ୍ତା କ୍ୟା କହଲାତା ହେ’ରେ କରିଥିଲେ ଶାନଦାର ଅଭିନୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Oct 19, 2020, 4:21 PM IST

ମୁମ୍ବାଇ: କଳା ଜଗତରେ ପୁଣି ଶୋକର ଛାୟା । କାରଣ ଦୁନିଆ ଛାଡି ଚାଲିଯାଇଛନ୍ତି ଫେମସ ଧାରାବାହିକ ‘କୁମକୁମ ଭାଗ୍ୟ’ ଫେମ ଇନ୍ଦୁ ଦାଦି ତଥା ଜରୀନା ରୋଶନ ଖାନ । 54 ବର୍ଷ ବୟସରେ ହଠାତ୍ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି। ଜରୀନାଙ୍କ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ପରିବାରଠୁ ନେଇ ସହ-କଳାକାର।

ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଟିଭି ଜଗତର ଅନେକ କଳାକାର ତାଙ୍କ ପୁରୁଣା ଦିନକୁ ମନେ ପକାଇ ଶ୍ରଦ୍ଧାଞ୍ଜଳୀ ଦେବାରେ ଲାଗିଛନ୍ତି ।

ଟିଭି ଅଭିନେତ୍ରୀ ସୃତି ଝା ଇନଷ୍ଟାଗ୍ରାମରେ ଜରୀନାଙ୍କ ସହ ନିଜର ଏକ ଡାନ୍ସ ଭିଡିଓ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ଅଭିନେତା ସବ୍ବୀର ଅହଲୁୱାଲିଆ ମଧ୍ୟ ଜରୀନାଙ୍କ ସହ ନିଜର ଫଟୋ ସେୟାର କରି ଲେଖିଛନ୍ତି, ‘ୱୋ ଚାନ୍ଦ ସା ରୋଶନ ଚେହରା।’

ପ୍ରକାଶ ଥାଉକି ଜରୀନା ‘କୁମକୁମ ଭାଗ୍ୟ’ ବ୍ୟତୀତ ‘ୟେ ରିସ୍ତା କ୍ୟା କହଲାତା ହେ’ରେ ମଧ୍ୟ ଅଭିନୟ କରିଥିଲେ । ‘କୁମକୁମ ଭାଗ୍ୟ’ର ଇନ୍ଦୁ ଦାଦି ରୂପେ ସେ ଘରେ ଘରେ ପରିଚିତ । ତାଙ୍କ ମୃତ୍ୟୁରେ ଟିଭି ଜଗତକୁ ବଡ କ୍ଷତି ହୋଇଛି ବୋଲି କହୁଛନ୍ତି ତାଙ୍କ ସହ-କଳାକାର ।

For All Latest Updates

ABOUT THE AUTHOR

...view details