ଓଡିଶା

odisha

By

Published : Jun 28, 2021, 1:59 PM IST

ETV Bharat / sitara

ଆସିଲା ‘Kuch Rang Pyaar Ke Aise Bhi’ର ନୂଆ ପ୍ରୋମୋ

ଆସନ୍ତା ଜୁଲାଇ 12ରେ ‘କୁଛ ରଙ୍ଗ ପ୍ୟାର କେ ଐସେ ଭି’ ଦେଖିବାକୁ ଯାଉଛନ୍ତି ଦର୍ଶକ । ଏବେ ଶୋର ନୂଆ ପ୍ରୋମୋ ଜାରି କରିଛନ୍ତି ମେକର୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନିଟିଭି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନିଟିଭି

ମୁମ୍ବାଇ: ରୋମାଣ୍ଟିକ ଧାରାବାହିତ ‘କୁଛ ରଙ୍ଗ ପ୍ୟାର କେ ଐସେ ଭି’ 3 ର ନୂଆ କାହାଣୀରେ ତୃତୀୟ ଥର ପାଇଁ ଦେବ ଏବଂ ସୋନାକ୍ଷୀ ଭୂମିକାରେ ନଜର ଆସିବେ ଶାହୀର ସେଖ ଓ ଏରିକା ଫର୍ଣ୍ଣାଡେଜ । ଯାହାକୁ ନେଇ ଏକ୍ସାଇଟଡେଟ ଫ୍ୟାନ୍ସ । ଆସନ୍ତା ଜୁଲାଇ 12ରେ ଏହି ଧାରାବାହିକରର ପ୍ରିମିୟର ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ଶୋର ନୂଆ ପ୍ରୋମୋ ଭିଡିଓ ରିଲିଜ କରାଯାଇଛି ।

ସେହିପରି ସୋନି ଟିଭିର ଇନଷ୍ଟାଗ୍ରାମ ପେଜରେ ଏହି ପ୍ରୋମୋ ଭିଡିଓ ନିକଟରେ ସେୟାର କରିଥିଲେ ମେକର୍ସ । ଯାହାର କ୍ୟାପସନରେ ଲେଖାଯାଇଛି, ‘ସମୟ ବଦଳିଛି ହେଲେ ଦେବ ଓ ସୋନାକ୍ଷୀଙ୍କ ସମ୍ପର୍କରେ ପ୍ରେମ ଏବେ ବି ଅଛି । ହେଲେ ସମୟ ବଦଳିବା ସହ ସମ୍ପର୍କରେ ଫାଟକ ସୃଷ୍ଟି ହୋଇଛି କି । ଜାଣିବା ପାଇଁ ଦେଖନ୍ତୁ #KuchRangPyaarKeAiseBhi । ଜୁଲାଇ 12ରୁ ରାତି 8.30ରେ ସୋନି ଟିଭିରେ ।’

ପ୍ରକାଶ ଥାଉକି ନିକଟରେ ଏହି ଶୋର ସୁଟିଂ ପଶ୍ଚିମ ବଙ୍ଗର ସିଲିଗୁଡିରେ କରିଥିଲେ ମେକର୍ସ । ସୁଟିଂ ସେଟରୁ କିଛି ଫଟୋ, ଭିଡିଓ ସାମ୍ନାକୁ ଆସିଥିଲା ।

ABOUT THE AUTHOR

...view details