ଓଡିଶା

odisha

By

Published : Mar 26, 2021, 7:14 AM IST

ETV Bharat / sitara

‘ଖତରୋଂ କେ ଖିଲାଡି 11’ରେ ରୋହିତଙ୍କ ସହ କିଏ କରିବେ ଷ୍ଟଣ୍ଟ ?

ଏପ୍ରିଲ ମାସରେ ଆବୁ ଧାବିରେ ଆରମ୍ଭ ହେବ ‘ଖତରୋଂ କେ ଖିଲାଡି 11’ ସୁଟିଂ । ଏଯାବତ ତିନି ସେଲିବ୍ରିଟିଙ୍କୁ ଶୋ ପାଇଁ ଫାଇନାଲ କରାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରୋହିତ ସେଟ୍ଟୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରୋହିତ ସେଟ୍ଟୀ

ମୁମ୍ବାଇ: ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଷ୍ଟଣ୍ଟ ରିୟାଲିଟି ଶୋ ‘ଖତରୋଂ କେ ଖିଲାଡି’ ସିଜନ 11କୁ ନେଇ ଚର୍ଚ୍ଚା । ଦର୍ଶକଙ୍କ ଶୋର ପ୍ରିମିୟରଠୁ ନେଇ ଶୋରେ ସାମିଲ ହେବାକୁ ଥିବା ସେଲିବ୍ରିଟିଙ୍କ ନାମ ଜାଣିବାକୁ ଉତ୍ସାହିତ ଅଛନ୍ତି । ଇତିମଧ୍ୟରେ ଏଥର ଶୋରେ ସାମିଲ ହେବାକୁ ଯାଉଥିବା ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସିଛି ।

ଶୁଣିବାକୁ ମିଳୁଛି ଯେ ରୋହିତଙ୍କ ସହ ଏହି ସିଜନରେ ଷ୍ଟଣ୍ଟ କରିବେ ଅଭିନେତା ତଥା ‘ବିଗବସ 14’ ଫେମ ଏଜାଜ ଖାନ, ଅର୍ଜୁନ ବିଜଲାନି ଓ ମଡେଲ ବରୁଣ ସୁଦ । ଏହି ତିନି ସେଲିବ୍ରିଟିଙ୍କୁ ଶୋ ପାଇଁ ଫାଇନାଲ କରାଯାଇଛି ।

ଖାଲି ଏତିକି ନୁହେଁ ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ ଏହି ତିନିଜଣ ପ୍ରୋଜେକ୍ଟ ସାଇନ ମଧ୍ୟ କରିସାରିଛନ୍ତି । ଆଉ ଖୁବଶୀଘ୍ର ଶୋର ସୁଟିଂ ପାଇଁ ବିଦେଶ ଯାତ୍ରା କରିବେ । ଏଥର ଶୋର ସୁଟିଂ ମେକର୍ସ ଆବୁ ଧାବିରେ କରିବାର ଯୋଜନା କରିଛନ୍ତି । ହେଲେ ନିର୍ମାତଙ୍କ ଦ୍ବାରା ଏଯାବତ ଶୋକୁ ନେଇ ଅଧିକ ସୂଚନା ମିଳିନାହିଁ । ଆସନ୍ତା ମାସରେ ଆରମ୍ଭ ହେବ ‘ଖତରୋଂ କେ ଖିଲାଡି’ର ସୁଟିଂ ।

ABOUT THE AUTHOR

...view details